ଲକ୍‌ଡାଉନ୍‌ ସମୟରେ ଟ୍ରେନ୍ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଗାଇଡଲାଇନ୍‌ ଜାରି କଲେ ରାଜ୍ୟ ସରକାର; ଜାଣନ୍ତୁ କେଉଁ ସବୁ କଟକଣା ରହିଛି

ଭୁବନେଶ୍ୱର: ଲକ୍‌ଡାଉନ୍‌-୩ର ଅବଧି ସରି ଆସୁଥିବା ବେଳେ ଭାରତ ସରକାର  ଦେଶବାହାରୁ ଓ ଦେଶ ଭିତରେ ଫସି ରହିଥିବା ଲୋକଙ୍କୁ ଘରକୁ ଫେରାଇ ଆଣିବାର ସୁଯୋଗ ଦେଇଛନ୍ତି। ଦେଶ ଭିତରେ ଟ୍ରେନ୍ ଚଳାଚଳ ଆରମ୍ଭ ହେବା ସହ ବିଦେଶରୁ ପ୍ରବାସୀଙ୍କୁ ଅଣାଯାଉଛି। ଏହି କ୍ରମରେ ଭୁବନେଶ୍ୱରରୁ ଦିଲ୍ଲୀ ଓ ଦିଲ୍ଲୀରୁ ଭୁବନେଶ୍ବର ଦୈନିକ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ  ହୋଇଛି I ସ୍ୱତନ୍ତ୍ର ବିମାନ ଓ ରେଳ ଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଏକ ଗାଇଡଲାଇନ କରିଛି I ଯାତ୍ରୀଙ୍କ ଯିବାଆସିବା ଭିତରେ କରୋନା ସଂକ୍ରମଣ ଯେପରି  ନ ବ୍ୟାପେ ସେଥିଲାଗି କଡା ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା।  ତେବେ ପ୍ରଥମେ ଆସନ୍ତୁ ରେଳଯାତ୍ରୀଙ୍କ ପାଇଁ କେଉଁ ସବୁ ଗାଇଡଲାଇନ୍‌ ଜାରି ହୋଇଛି ତାହା ଜାଣିବା :

 ରେଳ ଯାତ୍ରୀଙ୍କ ପାଇଁ କ’ଣ ଗାଇଡଲାଇନ୍‌ ଜାରି ହୋଇଛି ଜାଣନ୍ତୁ…

୧. ପ୍ରଥମେ ସ୍ୱତନ୍ତ୍ର ରେଳରେ ଅସୁଥିବା ଯାତ୍ରୀଙ୍କ ତଥ୍ୟ ସଂଗ୍ରହ କରାଯିବ। ଏହି ସ୍ୱତନ୍ତ୍ର ଟ୍ରେନ୍ ରାଜ୍ୟର ବାଲେଶ୍ୱର ଓ ଭୁବନେଶ୍ବରେ ରହଣି କରିବ। ଯାତ୍ରୀ କରିଥିବା ଭାଲିଡ୍ ଇ-ଟିକେଟ୍ ସାଥିରେ ଧରି ହିଁ ରେଳଷ୍ଟେସନରେ ପ୍ରବେଶ କରିପାରିବେ। ଯାତ୍ରୀଙ୍କର କୌଣସି ସଂପର୍କୀୟ ରେଳଷ୍ଟେସନକୁ ପ୍ରବେଶ କରିପାରିବେ ନାହିଁ। ଯାତ୍ରୀ ପ୍ରବେଶ କରିବା ଓ ଓହ୍ଲାଇବା ବେଳେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ।  ରେଳ ଷ୍ଟେସନ୍‌ରେ ଯାତ୍ରୀ ପହଞ୍ଚିଲେ ସମଗ୍ର ଅଞ୍ଚଳକୁ ସଙ୍ଗେସଙ୍ଗେ ସିଲ କରି ଦିଆଯିବ। ରେଳ କର୍ତ୍ତୃପକ୍ଷଙ୍କ ଅନୁମତି ବିନା କୌଣସି ଯାତ୍ରୀ ରେଳ ଷ୍ଟେସନ୍‌ରୁ ବାହାରି ପାରିବେ ନାହିଁ।

୨.  ଟ୍ରେନରେ ଯାତ୍ରା କରିବା ପୂର୍ବରୁ ସମସ୍ତ ଯାତ୍ରୀଙ୍କ ମୋବାଇଳକୁ ଫୋନ କରି ସେମାନଙ୍କ ତଥ୍ୟ ନିଆଯିବ। ରେଳରୁ ଓହ୍ଲାଇବା ପରେ ଷ୍ଟେସନ୍‌ରେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର କେନ୍ଦ୍ରରେ ଯାତ୍ରୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପଡ଼ିବ। ଏହି ପରୀକ୍ଷା ସମୟରେ ବିମାନ ଯାତ୍ରୀଙ୍କ ପାଇଁ ଜାରି ହୋଇଥିବା ଗାଇଡଲାଇନ୍‌ ଭଳି ଯଦି କୌଣସି ଯାତ୍ରୀଙ୍କ ଶରୀରରେ କୋଭିଡ-୧୯ର ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ତାଙ୍କୁ ସମସ୍ତଠାରୁ ଅଲଗା କରି କୋଭିଡ-୧୯ ହସ୍‌ପିଟାଲ୍‌କୁ ପଠାଯିବ ଏବଂ ସେ ସାଥୀରେ ଆଣିଥିବା ସମସ୍ତ ସାମଗ୍ରୀକୁ ସାନିଟାଇଜ କରାଯିବ।

୫. ସେହିପରି ଯେଉଁ ଯାତ୍ରୀଙ୍କ ଶରୀରରେ କୋଭିଡ-୧୯ର କୌଣସି ଲକ୍ଷଣ ଦେଖା ନ ଯିବ, ସେ ସାମାଜିକ ଦୂରତା ଅବଲମ୍ବନ କରି ନିଜର ଗାଡ଼ିରେ ଘରକୁ ଯାଇ ପାରିବେ। ଯେଉଁ ଯାତ୍ରୀଙ୍କ ନିଜ ଗାଡ଼ି ନଥିବ, ସେମାନେ ରେଳ ଷ୍ଟେସନ୍‌ ବାହାରେ ଥିବା ସୀମିତ କ୍ୟାବରେ ଯାଇ ପାରିବେ। ଏଥିସହିତ କଟକ ଓ ଭୁବନେଶ୍ୱର ଯାତ୍ରୀଙ୍କ ଲାଗି ସିଟି ବସ୍  ବ୍ୟବସ୍ଥା କରାଯାଇଛି। ରେଳଷ୍ଟେସନ୍‌ରୁ ବାହାରିବା ପରେ ଯାତ୍ରୀ କୌଣସି ସ୍ଥାନରେ ନ ରହି ଯେପରି ସିଧା ଘରକୁ ଯିବେ ସେଥିପ୍ରତି ଯଥେଷ୍ଟ ଦୃଷ୍ଟି ରଖାଯିବ।

୬. ଘରେ ପହଞ୍ଚିବା ପରେ ଏହି ଯାତ୍ରୀମାନେ ହୋମ ବା ପେଡ୍‌ କ୍ୱାରେଣ୍ଟିନ୍‌ରେ ରହିବେ। ଯେଉଁମାନେ ଏଥିରେ ହେଳା କରିବେ ସେମାନଙ୍କୁ ସରକାରୀ କ୍ୱାରେଣ୍ଟିନ୍‌କୁ ଅଣାଯିବା ସହିତ ସେମାନଙ୍କ ବିରୋଧରେ ଏପିଡେମିକ ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କ୍ୱାରେଣ୍ଟିନ୍‌ରେ ଥିବା ଲୋକମାନଙ୍କ ଘର ସାମ୍ନାରେ ବାଧ୍ୟତାମୂଳକ ଭାବେ ଷ୍ଟିକର ଲଗାଯିବ।

୭. କ୍ୱାରେଣ୍ଟିନ୍‌ରେ ଥିବା ସମୟରେ ଯଦି କୌଣସି ଯାତ୍ରୀଙ୍କ ଦେହ ଅସୁସ୍ଥ ହେଲା ସେ ନିଜେ ହସ୍‌ପିଟାଲ ଯିବେନାହିଁ । ସ୍ବାସ୍ଥ୍ୟବସ୍ଥା ବିଷୟରେ ୧୦୪କୁ ଫୋନ୍‌ କରି ସୂଚନା ଦେବେ। ସୂଚନା ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର