ଭୁବନେଶ୍ୱର : ଦୀପାବଳିରେ ସୁରକ୍ଷିତ ବାଣଫୁଟା ନେଇ ଜାରିହେଲା ନିର୍ଦ୍ଦେଶାବଳୀ। ସୁପ୍ରମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିୟମାବଳୀ ଜାରି କଲା କମିଶନରେଟ୍ ପୁଲିସ। ନିର୍ଦ୍ଦେଶବଳୀ ଅନୁସାରେ ଉଚ୍ଚ ଶବ୍ଦର ବାଣ ଫୁଟିବନି। ଅତ୍ୟଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ଫୁଟାଯିବ ନାହିଁ। ଦୀପାବଳି ଦିନ ସଂଧ୍ୟା ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟିବ। ରାତି ୧୦ଟା ପରେ ରାଜଧାନୀର କୌଣସି ସ୍ଥାନରେ ବାଣ ଫୁଟିପାରିବ ନାହିଁ। ଏହାବ୍ୟତୀତ ୧୨୫ ଡିସିମିଲରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇବାକୁ ନିଷିଦ୍ଧ କରାଯିବା ସହ ଚାଇନା ବାଣ ମାଳ ଅବସ୍ଥାରେ ସମ୍ପୂର୍ଣ୍ଣ ଫୁଟାଇବାକୁ ବାରଣ କରାଯାଇଛି। ଏଥିସହିତ ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ ପାଖରେ ମଧ୍ୟ ବାଣ ଫୁଟାଇବାକୁ ମଧ୍ୟ ନିଷିଦ୍ଧ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦୀପାବଳିରେ ବାଣଫୁଟାକୁନେଇ ସୁପ୍ରମକୋର୍ଟଙ୍କ କଟକଣା ଲାଗୁ ପରେ କମିଶସନରେଟ୍ ପୁଲିସ ଅଧିକ ସଜାଗ ହୋଇ ଉଠିଛି। ସୁରକ୍ଷା ଓ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦୀପାବଳିକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବାକୁ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି।