ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମର ରି-ଚେକିଂ ଓ ରି-ଆଡିସନ୍ ଆରମ୍ଭ ହୋଇଛି। ଏଥିପାଇଁ ପରିଷଦ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ଗାଇଡ୍ଲାଇନ ଜାରି ହୋଇଛି। ଛାତ୍ରଛାତ୍ରୀ ଆବେଦନ ସମ୍ବନ୍ଧୀୟ ସବିଶେଷ ତଥ୍ୟ ‘chseodisha.nic.in
ବିଜ୍ଞପ୍ତି ଅନୁଯାୟୀ ସେପ୍ଟେମ୍ବର ୫ ସୁଦ୍ଧା ଛାତ୍ରଛାତ୍ରୀ ରି-ଆଡିସନ୍ ଓ ରି-ଚେକିଂ ପାଇଁ ଆବେଦନ କରିପାରିବେ। ଏମ୍ପି ହୋଇଥିବା ଓ ପରୀକ୍ଷା ଫଳ ସ୍ଥଗିତ ଥିବା ପରୀକ୍ଷାର୍ଥୀ ଆବେଦନ କରିପାରିବେ ନାହିଁ। ଯେଉଁ ବିଦ୍ୟାର୍ଥୀ ରି-ଚେକିଂ ପାଇଁ ଆବେଦନ କରିବା ସହ ଆବଶ୍ୟକୀୟ ଫି’ ଦାଖଲ କରିଥିବେ ସେମାନଙ୍କୁ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୧୨ ତାରିଖ ମଧ୍ୟରେ ସଂପୃକ୍ତ ବିଷୟ ପରୀକ୍ଷା ଖାତାର ଡାଉନ୍ଲିଡ୍ ଲିଙ୍କ ଇ-ମେଲ୍ରେ ପ୍ରଦାନ କରାଯିବ। ଆବେଦନ ଫି’ କେବଳ ଅନ୍ଲାଇନ୍ରେ ଦାଖଲ କରିହେବ। ପ୍ରତି ବିଷୟ ପାଇଁ ୨୦୦ ଟଙ୍କା ଦେୟ ଦେବାକୁ ହେବ। ପରିଷଦ ପକ୍ଷରୁ କୌଣସି ପ୍ରକାରର ଖାତାର ହାର୍ଡକପି ପ୍ରଦାନ କରାଯିବ ନାହିଁ। ଯଦି କୌଣସି ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୨ ସୁଦ୍ଧା ଲିଙ୍କ ପାଇ ନଥିବେ ଓ ଉତ୍ତର ଖାତା ଡାଉନ୍ଲୋଡ୍ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବେ ସେମାନେ ସେପ୍ଟେମ୍ବର ୧୬ ସୁଦ୍ଧା ପରୀକ୍ଷା ନିୟନ୍ତ୍ରକଙ୍କୁ ‘[email protected]