ସାଧାରଣତନ୍ତ୍ର ଦିବସ ପାଇଁ ଗାଇଡ୍‌ଲାଇନ୍: ପତାକା ଉତ୍ତୋଳନ ବେଳେ ସର୍ବାଧିକ ୧୦ ଜଣ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ ସମୟରେ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଯେ କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ପତାକା ଉତ୍ତୋଳନ ସମୟରେ ସର୍ବାଧିକ ୧୦ ଜଣ ଉପସ୍ଥିତ ରହିବେ। ଏହି ସମୟରେ ସମସ୍ତେ କୋଭିଡ୍‌ ନିୟମ ପାଳନ କରିବେ। ଆଜି ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏହା ସହ ନାଗରିକମାନେ ନିଜ ଘର ପରିସରରେ ଜାତୀୟ ପତାକା ଉତ୍ତୋଳନ କରିବେ। ଏହି ସମୟରେ ସର୍ବାଧିକ ୫ ଜଣ ଉପସ୍ଥିତ ରହିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର