ଦୈତାରି: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରିସ୍ଥିତ ଓଡ଼ିଶା ଖଣି ନିଗମ (ଓଏମ୍ସି) ଖଣି ଅଞ୍ଚଳ ପରିଦର୍ଶନ କରିଛନ୍ତି ଗୁଜରାଟସ୍ଥିତ ଜିଏମଡିସି ସଂସ୍ଥାର ବରିଷ୍ଠ ଅଧିକାରୀ। ବରିଷ୍ଠ ଅଧିକାରୀ ନୀରଜ୍ ପାରିକ୍, ଈଶିତ୍ ଖାକର୍, ନିରଭ୍ ଯୋଶୀ, ନିଧି ସାହା ପ୍ରମୁଖ ପ୍ରଥମେ ଓଏମ୍ସିର ବର୍ଷାଜଳ ସଂରକ୍ଷିତ ଜଳାଶୟ, ବଳିପର୍ବତ୍, ହିଲ୍ଟପ୍ ଖଣି ଅଞ୍ଚଳ, ଶିଶୁ ଉଦ୍ୟାନ, ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପରିଦର୍ଶନ କରିଥିଲେ।
ଖଣିରେ କାର୍ଯ୍ୟରତ ଶ୍ରମିକଙ୍କ ସୁରକ୍ଷା ପାଇଁ ଓଏମ୍ସି ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ଜିଏମଡିସିର ବରିଷ୍ଠ ଅଧିକାରୀଙ୍କ ସହ ଓଏମ୍ସି ଆଞ୍ଚଳିକ ପରିଚାଳକ ବିଭୂତି ଭୂଷଣ ନାୟକ, ଖଣି ପରିଚାଳକ ବିକାଶ ଚନ୍ଦ୍ର ପରିଡ଼ା, ଶ୍ରମ ମଙ୍ଗଳ ଅଧିକାରୀ ସଞ୍ଜୀବ କୁମାର ସାମଲ, ବରିଷ୍ଠ ପରିଚାଳକ ନିଗମାନନ୍ଦ ସେଠୀ, ତାପସ କୁମାର ସେଠୀ ଓ ଗୌରୀ ଶଙ୍କର ସାହୁ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/WhatsApp-Image-2024-07-03-at-11.41.38-PM.jpeg)