ଭୁବନେଶ୍ୱର: ଗୁଜରାଟରେ ୬ଷ୍ଠ ଥର ପାଇଁ ଭାରତୀୟ ଜନତା ପାର୍ଟି ନିର୍ବାଚନ ଜିଣି ସରକାର ଗଠନ କରିବାକୁ ଯାଉଛି। ସେହିପରି ହିମାଚଳ ପ୍ରଦେଶରେ ମଧ୍ୟ କଂଗ୍ରେସ ସରକାରଙ୍କୁ ଗାଦିଚ୍ୟୁତ କରି ବିଜେପି ସେଠାରେ ମଧ୍ୟ ସରକାର ଗଠନ କରିବାକୁ ଲୋକେ ଭୋଟ୍ ଦେଇଛନ୍ତି।ବିଜେପି ଓ ଏହାର ସମର୍ଥକ ଦଳ ଗୁଡ଼ି ଦେଶର ୧୯ଟି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ତେବେ ବିଜେପିର ଗୁଜୁରାଟ ଓ ହିମାଚଳ ଅକ୍ତିଆର ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବି ଜେ ପିର ବିଜୟ ସମ୍ପର୍କରେ ଗଣମାଧ୍ୟମକୁ ବକ୍ତବ୍ୟ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆଗୁଆ ନିର୍ବାଚନ ପାଇଁ ମଧ୍ୟ ବି ଜେ ଡି ଦଳ ପ୍ରସ୍ତୁତ ଅଛି। ତେବେ ଗୁଜରାଟ ନିର୍ବାଚନର ସଫଳତା ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ମୁଁ ଭାବୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ଗୁଜୁରାଟ ସଫଳତା ରାଜ୍ୟରେ କୌଣସି ପ୍ରଭାବ ପକାଇବ ନାହିଁ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
/sambad/media/post_attachments/wp-content/uploads/2017/12/Naveen-Patnaik-2-1.jpg)
/sambad/media/agency_attachments/2024-07-24t043029592z-sambad-original.webp)