କବିସୂର୍ଯ୍ୟନଗର: ‌ପ୍ରେମରେ ପ୍ରତାରଣାର ଶିକାର ହୋଇ ଜଣେ ଗୁଜୁରାଟୀ ଯୁବତୀ କବିସୂର୍ଯ୍ୟନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି। ତାଙ୍କ ଏତଲା କ୍ରମେ ପୁଲିସ କେସ୍ ନମ୍ବର ୩୦୦ ଅନୁସାରେ ଏକ ମାମଲା ରୁଜୁ କରିଛି। ସଂପୃକ୍ତ ଯୁବତୀଙ୍କୁ ବ୍ରହ୍ମପୁରସ୍ଥିତ ମହିଳା ସୁଧାରଗୃହକୁ ପଠାଇ ଦିଆଯାଇଛି। ତେବେ ମାମଲା ରୁଜୁ ପରେ ପ୍ରେମିକ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି।

Advertisment

ଅଭିଯୋଗ ଅନୁସାରେ, କବିସୂର୍ଯ୍ୟନଗର ଥାନା ଇଲାକାର ଜଣେ ଯୁବତ ଉକ୍ତ ଯୁବତୀଙ୍କ ସହ ସୁରତରେ ପ୍ରେମ ସଂପର୍କ ସ୍ଥାପନ କରିଥିଲେ। ୫ ବର୍ଷ ଧରି ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ଶେଷରେ ତାଙ୍କୁ ଛାଡ଼ି ଆସି ନିଜ ଗାଁରେ ଅନ୍ୟତ୍ର ବିବାହ ପାଇଁ ଯୋଜନା କରୁଥିଲେ। ଏହା ଜାଣିବା ପରେ ଯୁବତୀଜଣକ କବିସୂର୍ଯ୍ୟନଗର ଥାନାରେ ଦ୍ବାରସ୍ଥ ହୋଇ ପ୍ରେମିକଙ୍କ ବିରୋଧରେ ଏତଲା ଦେଇଛନ୍ତି। ତୁରନ୍ତ ତାଙ୍କୁ ଗିରଫ ପାଇଁ ଦାବି କରିଛନ୍ତି। ନଚେତ୍ ଆତ୍ମହତ୍ୟା ପାଇଁ ଚେତାବନୀ ଦେଇଛନ୍ତି।