ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଗୁଲାବ୍’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି | ପାଣିପାଗ ବିଭାଗର ସୂଚନା ମୁତାବକ 'ଗୁଲାବ' ବର୍ତ୍ତମାନ ଓଡ଼ିଶାର ଗୋପାଳପୁରର ପୂର୍ବ-ଦକ୍ଷିଣପୂର୍ବ ଦିଗର ୧୨୦ କିଲୋମିଟର ଦୂର ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମର ପୂର୍ବ-ଉତ୍ତରପୂର୍ବ ଦିଗରେ ୨୫ କିଲୋମିଟର୍ ଦୂରରେ ରହିଛି।
ସ୍ଥଳଭାଗ ଆଡକୁ ଗତି କରୁଥିବା ଏହି ବାତ୍ୟା ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଗତ ୬ ଘଣ୍ଟା ଧରି ପଶ୍ଚିମାଭିମୁଖୀ ହୋଇ ଗତି କରୁଛି। ତେବେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆହୁରି ୨ ଘଣ୍ଟା ଯାଏଁ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି | ତେବେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସହ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି |
THE CYCLONIC STORM ‘GULAB’ IS LYING CLOSE TO COAST AND CROSSING THE NORTH ANDHRA PRADESH COAST. THE LANDFALL PROCESS WILL CONTINUE FOR NEXT 2 HOURS. pic.twitter.com/OIvrhf9wmt
— India Meteorological Department (@Indiametdept) September 26, 2021
ଏହି ସାମୁଦ୍ରିକ ଝଡ଼ ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୭୫ ରୁ ୮୫ କିଲୋମିଟର ରହିବ ଏବଂ ମଧ୍ୟେ ମଧ୍ୟେ ଘଣ୍ଟାପ୍ରତି ୯୫ କିଲୋମିଟର୍ ବେଗରେ ପବନର ଝଟକା ଦେଇପାରେ ବୋଲି କୁହାଯାଇଛି |