ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଗୁଲାବ୍’ର ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ତେବେ ବାତ୍ୟା ଗୁଲାବ ଗୋପାଳପୁରଠାରୁ ଦୂରେଇଥିବାବେଳେ କଳିଙ୍ଗପଟ୍ଟନମ ଆଡକୁ ପାଖେଇଛି | ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି | ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି | ପ୍ରାୟ ୩ ଘଣ୍ଟା ଧରି ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ |
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ‘ଗୁଲାବ୍’ କଳିଙ୍ଗପଟ୍ଟନମଠାରୁ ୫୦ କିଲୋମିଟର ଓ ଗୋପାଳପୁରଠାରୁ ୧୦୫ କିଲୋମିଟର ଦୂରରେ ରହିଛି। ବର୍ତ୍ତମାନ ଏହାର ଗତିପଥକୁ ଡପଲର୍ ରାଡାର ସାହାଯ୍ୟରେ ଅନୁଧ୍ୟାନ କରାଯାଉଛି। ବିଶାଖପାଟଣା ଓ ଗୋପାଳପୁରସ୍ଥିତ ପାଣିପାଗ ବିଭାଗର ଡପଲର୍ ରାଡାର ଜରିଆରେ ବାତ୍ୟାର ପର୍ଯ୍ୟବେକ୍ଷଣ ଜାରି ରହିଛି।
ବାତ୍ୟା ଓଡ଼ିଶାର ଗୋପାଳପୁରର ପୂର୍ବ-ଦକ୍ଷିଣପୂର୍ବ ଦିଗର ୧୦୫ କିଲୋମିଟର ଦୂର ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମର ପୂର୍ବ-ଉତ୍ତରପୂର୍ବ ଦିଗରେ ୫୦ କିଲୋମିଟର୍ ଦୂରରେ ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଏହି ସାମୁଦ୍ରିକ ବାତ୍ୟା ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଗତ ୬ ଘଣ୍ଟା ଧରି ପଶ୍ଚିମାଭିମୁଖୀ ହୋଇ ଗତି କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/FANUl5QVcAABl3u.png)