ଶେଷ ହେଲା ଗୁମ୍ଫା ମେଳା

ଚଣ୍ଡିଖୋଲ : ମହାପୁରୁଷ ଅରକ୍ଷିତ ଦାସଙ୍କ ୧୮୬ ତମ ସମାଧି ଦିବସ ଅବସରରେ ଆୟୋଜିତ ଓଳାଶୁଣୀ ଗୁମ୍ଫାମେଳା ଶେଷ ହୋଇଛି। ଓଳାଶୁଣୀ ଗୁମ୍ଫା ପାହାଡ଼ ଶୀର୍ଷ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିର ପରିସର ଓ ପାହାଡ଼ ପଶ୍ଚିମ ପଟ ପାଦଦେଶରେ ଗତ ୧୮ ତାରିଖ ଠାରୁ ଏହି ମେଳା ଆରମ୍ଭ ହୋଇଥିଲା।

ଏହି ମେଳାରେ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆରମ୍ଭରୁ ଶେଷ ଦିନ ପର୍ଯ୍ୟନ୍ତ ମେଳା ପଡ଼ିଆ ଶ୍ରଦ୍ଧାଳୁଙ୍କ ଗହଳିରେ ଉଛୁଳି ଉଠିଥିଲା। ଆଜି ସକାଳୁ ମେଳା ପଡ଼ିଆରେ ସମସ୍ତ ଅସ୍ଥାୟୀ ଦୋକାନରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଦୋକାନୀମାନଙ୍କୁ ମେଳା ପଡ଼ିଆ ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ବାଲିଚନ୍ଦ୍ରପୁର ଥାନା ପକ୍ଷରୁ ପାହାଡ଼ ପାଦ ଦେଶରେ ପଡ଼ିଥିବା ଅସ୍ଥାୟୀ ପୁଲିସ ଶିବିର ଉଠାଇ ନିଆଯାଇଥିଲା। ମହାପୁରୁଷ ଅରକ୍ଷିତ ଦାସଙ୍କ ମହିମାରୁ ଚଳିତ ବର୍ଷ ମେଳା ଶାନ୍ତିଶୃଙ୍ଖଳ‌ାରେ ସମ୍ଭବ ହୋଇଛି ବୋଲି ଓଳାଶୁଣୀ ମଠ ମହନ୍ତ ଡ. ନାମାନନ୍ଦ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର