ଚୌଦ୍ୱାରରେ ବ୍ୟବସାୟୀଙ୍କୁ ଗୁଳିମାଡ, ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି

କଟକ: ଚୌଦ୍ୱାରରେ ବ୍ୟବସାୟୀଙ୍କୁ ଗୁଳିମାଡ କରାଯାଇଥିବା ସୂଚନା ମିଳିଛି। ଗୁଳିମାଡରେ ସୁନା ବ୍ୟବସାୟୀ ଆହତ ହୋଇଛନ୍ତି। ତାଙ୍କ ଗୋଡରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାଟି ଘଟିଛି ଚୌଦ୍ୱାରର ଗାନ୍ଧି ଛକ ନିକଟରେ।

ମିଳିଥିବା ସୂଚନା ଅନୁଯାୟୀ, ବ୍ୟବସାୟୀ ଜଣଙ୍କ ଦୋକାନ ବନ୍ଦକରି ଘରକୁ ଫେରୁଥିବା ସମୟରେ ଗାନ୍ଧି ଛକ ନିକଟରେ ତାଙ୍କ ଉପରକୁ ଗୁଳିମାଡ କରିଛନ୍ତି ଦୃର୍ବୃତ୍ତ । ଗୋଟିଏ ବାଇକରେ ଆସିଥିବା ୩ ଜଣ ଯୁବକ ଗୁଳିମାଡ କରିଥିବା ସୂଚନା ମିଳିଛି। ଗୁଳିମାଡ ପରେ ତାଙ୍କ ନିକଟରେ ଥିବା ସୁନା ଓ ଟଙ୍କା ନେଇ ଦୃର୍ବୃତ୍ତ ଫେରାର ‌ହୋଇଯାଇଛନ୍ତି। ଆହତ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ସମ୍ବନ୍ଧିତ ଖବର