ଫୁଲବାଣୀ: ଗୋରୁ କିଣା ବିବାଦକୁ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ନୂଆପଦର ପଂଚାୟତ ବିଲୁପଦର ଗାଁରେ ଆଜି ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି। ଗୁଳିକାଣ୍ଡରେ ଜଣେ ୧୦ ବର୍ଷର ନାବାଳକ ଓ ଜଣେ ୨୨ ବର୍ଷର ଯୁବତୀ ଗୁରୁତର ଆହତ ହୋଇଛନ୍ତି। ଆହତ ଦ୍ବୟ ହେଲେ ବିଲୁପଦରର ମହେଶ୍ୱର ସାହାଣୀଙ୍କ ଭଉଣୀ ପ୍ରଭାସିନୀ ସାହାଣୀ ଓ ତାଙ୍କ ୧୦ ବର୍ଷର ପୁଅ ଶୋଭାଜନ ସାହାଣୀ। ଉଭୟଙ୍କୁ ପ୍ରଥମେ ନୂଆପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠାଇ ଦିଆଯାଇଛି। ଫୁଲବାଣୀ ମେଡିକାଲରେ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମହେଶ୍ୱରଙ୍କ କହିବା ଅନୁସାରେ, ସୋମବାର ସକାଳୁ ଗୋରୁ ବ୍ୟବସାୟକୁ କେନ୍ଦ୍ର କରି ତାଙ୍କ ସହ କିଛି ଲୋକଙ୍କ ଗଣ୍ଡଗୋଳ ହୋଇଥିଲା। ଏହାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇ ଥାଇପାରେ ବୋଲି ସେ ଅନୁମାନ କରୁଥିବା କହିଛନ୍ତି।
ସୂଚନା ଅନୁସାରେ, ଆଜି ସନ୍ଧ୍ୟା ୫ଟାରେ ବିଲୁପଦରର ମହେଶ୍ୱର ସାହାଣୀଙ୍କ ଭଉଣୀ ପ୍ରଭାସିନୀ ଓ ପୁଅ ଶୋଭାଜନ ଘର ବାରଣ୍ଡାରେ ବସିଥିଲେ। ହଠାତ୍ ୪ରୁ ୫ ଜଣ ବ୍ୟକ୍ତି ଆସି ସେମାନଙ୍କ ଉପରକୁ ଅତର୍କିତ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏହି ଘଟଣାକୁ ନେଇ ମହେଶ୍ୱର ଫିରିଙ୍ଗିଆ ଥାନାରେ ଏକ ଲିଖିତ ଏତଲା ଦେଇଥିବା ବେଳେ ଘଟଣାସ୍ଥଳରେ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଗୋରୁ କିଣା ବିବାଦକୁ ନେଇ ଗୁଳିକାଣ୍ଡ
/sambad/media/post_attachments/wp-content/uploads/2022/08/4-18.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)