ଗୁଣପୁର ବିଧାନସଭା ଆସନ: ଅନାସିମ ଶବର ସିପିଆଇ(ଏମ୍‌ଏଲ୍) ବିଧାୟକ ପ୍ରାର୍ଥୀ

ଗୁଣପୁର: ଗୁଣପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ସିପିଆଇ(ଏମ୍‌ଏଲ୍‌)। ଦଳୀୟ ପ୍ରାର୍ଥୀ ଭାବେ ଆଦିବାସୀ ନେତା ଅନାସିମ ଶବରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ। ସର୍ବସମ୍ମତିକ୍ରମେ ଶ୍ରୀ ଶବରଙ୍କ ନାମକୁ ଦଳର ରାଜ୍ୟ ସମ୍ପାଦକ ତଥା ପୂର୍ବତନ ବିଧାୟକ ଯୁଧିଷ୍ଠିର ମହାପାତ୍ର ଘୋଷଣା କରିଛନ୍ତି। ଅନାସିମ ଅଖିଳ ଭାରତ କୃଷକ ମହାସଭା ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ଗୁଣପୁର ଆସନ ପ୍ରାର୍ଥୀତ୍ବକୁ ନେଇ ଗତ ଦୁଇ ଦିନ ଧରି ଗୁଣପୁର ବ୍ଲକ୍ ଜଲତାର ପଞ୍ଚାୟତ ଲୁଗୁଂରୁତାଲରେ ଜିଲ୍ଲା ସମ୍ପାଦକ ତିରୁପତି ଗମାଙ୍ଗଙ୍କ ପୌରୋହିତ୍ୟରେ ଦଳର ଜିଲ୍ଲା କମିଟିର ବୈଠକ ହୋଇଥିଲା। ଏଠାରେ ଅନାସିମଙ୍କୁ ସମ୍ମତିକ୍ରମେ ବିଧାୟକ ପ୍ରାର୍ଥୀ ଚୟନ କରାଯାଇଥିଲା। ଶ୍ରୀ ମହାପାତ୍ର ଆଗାମୀ ନିର୍ବାଚନ ପାଇଁ ଦଳର ରଣନୀତି ସମ୍ପର୍କରେ ଉପସ୍ଥିତ କର୍ମୀଙ୍କୁ ଅବଗତ କରାଇଛନ୍ତି ଓ ଅନାସିମଙ୍କୁ ତିନି ତାରା ପତାକା ଚିହ୍ନରେ ଭୋଟ ଦେବାକୁ କର୍ମୀଙ୍କୁ ଅନୁରୋଧ କରାଯାଇଛି। ବୈଠକରେ ରାୟଗଡ଼ା ଜିଲ୍ଲାର ରାୟଗଡ଼ା, ବିଷମକଟକ ବିଧାନସଭା ଓ କୋରାପୁଟ ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଦେବା ଉପରେ ଆଲୋଚନା ହୋଇଛି। ଏ ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନଥିବା କହିଛନ୍ତି ଜିଲ୍ଲା ସମ୍ପାଦକ ଶ୍ରୀ ଗମାଙ୍ଗ।

ସମ୍ବନ୍ଧିତ ଖବର