ଗୁଣପୁର: ଗୁଣପୁର-ନୌପଡ଼ା ୯୦କିମି ରେଳ ଟ୍ରାକ୍ ମରାମତି ନିମନ୍ତେ ଦୁଇ ଟ୍ରେନ୍ ବାତିଲ କରିଛି ରେଳ ବିଭାଗ। ନଭେମ୍ବରର ପ୍ରତି ବୁଧବାର, ଶନିବାର ଏବଂ ରବିବାର ବିଶାଖାପାଟଣା-ଗୁଣପୁର ମଧ୍ୟରେ ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଛି। ସେହିପରି ରାଉରକେଲା-ଗୁଣପୁର ରାଜ୍ୟରାଣୀ ଏକ୍ସପ୍ରେସ୍ ଟ୍ରେନ୍ ନଭେମ୍ବର ୧୩, ୧୬, ୧୭,୨୦, ୨୩ ଏବଂ ୨୪ ତାରିଖ ପର୍ଯ୍ୟନ୍ତ ଗୁଣପୁର ପରିବର୍ତ୍ତେ ପଲାସା ପର୍ଯ୍ୟନ୍ତ ଚଳାଚଳ କରିବ। କିନ୍ତୁ ପୁରୀ-ଗୁଣପୁର ଏବଂ କଟକ-ଗୁଣପୁର ମେମୁ ଟ୍ରେନ୍ ପୂର୍ବ ଭଳି ଗୁଣପୁରକୁ ଚଳାଚଳ କରିବ। ବର୍ତ୍ତମାନ ଗୁଣପୁରରୁ ନୌପଡ଼ା ପର୍ଯ୍ୟନ୍ତ ପ୍ରାୟ ୯୦ କିମି ରାସ୍ତାରେ ଟ୍ରେନ୍ ଗୁଡ଼ିକ ଘଣ୍ଟା ପ୍ରତି ୪୦ କିମି ବେଗରେ ଗତି କରୁଛି। ଉକ୍ତ ରେଳ ପଥରେ ଟ୍ରେନ୍ ଗୁଡ଼ିକର ଗତି ବଢ଼ାଇବା ନିମନ୍ତେ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଦକ୍ଷିଣ ଓଡ଼ିଶା ରେଳବାଇ ବ୍ୟବହାରିକ ସଂଘର ସଭାପତି ଡ. ସତ୍ୟପ୍ରକାଶ ପଣ୍ଡା ବହୁବାର ରେଳ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ରେଳ ଉଚ୍ଚ କର୍ତ୍ତୃପକ୍ଷ ବିଚାରକୁ ନେଇ ବର୍ତ୍ତମାନ ଟ୍ରାକ୍ ଗୁଡ଼ିକର ମରାମତି କରାଯାଇ ଟ୍ରେନ୍ର ବେଗ ବଢ଼ାଇବା ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି। ଟ୍ରାକ୍ ଗୁଡ଼ିକର ଉନ୍ନତୀକରଣ ପରେ ଏହି ଲାଇନ୍ରେ ଟ୍ରେନ୍ ଗୁଡ଼ିକ ୭୫ରୁ ୯୦ କିମି ବେଗରେ ଚଳାଚଳ କରିବ।
ଗୁଣପୁରରୁ ନୌପଡ଼ା: ୯୦ କିମି ବେଗରେ ଦୌଡ଼ିବ ଟ୍ରେନ୍, ମରାମତି ପାଇଁ ୨ ଟ୍ରେନ୍ ବାତିଲ
ଗୁଣପୁର-ନୌପଡ଼ା ୯୦କିମି ରେଳ ଟ୍ରାକ୍ ମରାମତି ନିମନ୍ତେ ଦୁଇ ଟ୍ରେନ୍ ବାତିଲ କରିଛି ରେଳ ବିଭାଗ। ନଭେମ୍ବରର ପ୍ରତି ବୁଧବାର, ଶନିବାର ଏବଂ ରବିବାର ବିଶାଖାପାଟଣା-ଗୁଣପୁର ମଧ୍ୟରେ ଟ୍ରେନ୍ ଚଳାଚଳକୁ ବାତିଲ କରାଯାଇଛି।
/sambad/media/media_files/2024/11/11/YYkl9yAlLgmTS10AIdHE.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)