ଭୁବନେଶ୍ୱର: ବିଜେଡିରୁ ଆଜି ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ଇସ୍ତଫା ଦେଇଛନ୍ତି। ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି। ସେ ଦଳର ପ୍ରାଥମିକ ସଭ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି। ଗୁଣୁପୁର ବିଧାୟକତ୍ରିନାଥ ଗମାଙ୍ଗ କହିଛନ୍ତି ଯେ ଦଳ ଏଥର ତାଙ୍କ ସହ ବିଚାର ବିମର୍ଶ ନ କରି ରଘୁନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରିବ ବୋଲି ଜାଣିବା ପରେ ସେ ଦଳ ଛାଡିଛନ୍ତି।

Advertisment

ଚର୍ଚ୍ଚା ହେଉଛି କି ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ପାରନ୍ତି। ଏ ନେଇ ଦଳର ବରିଷ୍ଠ ନେତାଙ୍କ ସହ ସେ ସଂପର୍କରେ ଅଛନ୍ତି। ଅନ୍ୟପକ୍ଷରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶ୍ରୀ ଗମାଙ୍ଗ ତୁରନ୍ତ କୌଣସି ଦଳରେ ଯୋଗ ଦେବା ନେଇ ନିଷ୍ପତ୍ତି ନେଇ ନାହାନ୍ତି ବୋଲି କହିଛନ୍ତି।  ଏଥିସହ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି  ନିର୍ବାଚନ ଜିତି ପାରିବି ବୋଲି କହିଛନ୍ତିି। ନିଜର କର୍ମୀମାନଙ୍କ ସହ ଆଲୋଚନା ପରେ ସେ ନିଷ୍ପତ୍ତି କରିବେ ବୋଲି ସୂଚନା ଦେଇଛନ୍ତି  ତ୍ରିନାଥ ଗମାଙ୍ଗ।

ଏଠାରେ ସୂଚନାଯୋଗ୍ୟ ଯେ ଦଳରୁ କିଛି ଦିନ ତଳେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଏବଂ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ମଧ୍ୟ ଇସ୍ତଫା ଦେଇଥିଲେ।