ଭିତରକନିକାରେ ପର୍ଯ୍ୟଟକଙ୍କ ପାଇଁ ଫେରିଘାଟ ବ୍ୟବସ୍ଥା ଆରମ୍ଭ, ଗୁପ୍ତିରୁ ଡାଙ୍ଗମାଳ ୧୫୦ ଟଙ୍କା

ରାଜନଗର: ପିକ୍‌ନିକ ଋତୁରେ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଜଳପଥରେ ଭିତରକନିକା ବୁଲାଇବା ପାଇଁ ବନ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି ଫେରିଘାଟର ବ୍ୟବସ୍ଥା। ବନ ବିଭାଗର ଲଂଚ ସ୍କିମର ପ୍ରତିଦିନ ପର୍ଯ୍ୟଟକଙ୍କୁ ନେଇ ଭିତରକନିକା ବୁଲାଉଛି। ଏହି ଲଂଚରେ ୨୦ଜଣ ଯାତ୍ରୀ ପରିବହନର କ୍ଷମତା ରହିଛି।

Avenue Mail

ପ୍ରତିଦିନ ସକାଳ ୯ଟାରେ ଲଂଚ ଗୁପ୍ତିରୁ ପର୍ଯ୍ୟଟକଙ୍କୁ ନେଇ ଡାଙ୍ଗମାଳ ଯାଉଛି। ସେଠାରେ ଦିନ ତମାମ ପର୍ଯ୍ୟଟକମାନେ ବୁଲିବା ପରେ ଅପରାହ୍ନ ୫ଟା ବେଳେ ନେଇଥିବା ପର୍ଯ୍ୟଟକଙ୍କୁ ଡାଙ୍ଗମାଳରୁ ଆଣି ଗୁପ୍ତିରେ ସଂଧ୍ୟା ୬ଟା ୩୦ରେ ପହଁଚୁଛି। ଏଥିପାଇଁ ପର୍ଯ୍ୟଟକଙ୍କ ପିଛା ବୋଟ ଭଡା ୧୫୦ ଟଙ୍କା ନିଆଯାଉଛି। ଏହାବାଦ୍ ପୂର୍ବଭଳି ପର୍ଯ୍ୟଟକ ପିଛା ପ୍ରବେଶ ଫି’ ୪୦ ଟଙ୍କା ଦେବାକୁ ପଡୁଛି। ଏହି ପରୀକ୍ଷାମୂଳକ ଫେରିଘାଟ ବ୍ୟବସ୍ଥା ଡିସେମ୍ବର ୧୫ ତାରିଖ ଯାଏଁ ଚାଲିବ। ଏହି ବ୍ୟବସ୍ଥା ସଫଳ ହେଲେ ସବୁଦିନ ପାଇଁ ଚାଲିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର