ବରଗଡ଼: ଡାଲଖାଇ ନୃତ୍ୟଶିଳ୍ପୀ ଗୁରୁବାରୀ ମିର୍ଦ୍ଧାଙ୍କ ଜୀବନୀ ଉପରେ ଯୁବ କବି ହେମନ୍ତ ଦୀପଙ୍କ ରଚିତ ପୁସ୍ତକ 'ହଜ୍‌ଲା ଇତିହାସ୍‌ଥି ଲୁକ୍‌ଲା ମୁନୁଷ୍‌' ଉନ୍ମୋଚିତ ହୋଇଛି। ବରଗଡ଼ ଗାନ୍ଧୀ ସ୍ମୃତି ପାଠାଗାରଠାରେ ଗଣଦୃଷ୍ଟି ଫାଉଣ୍ଡେସନ୍‌ ପକ୍ଷରୁ ସାହିତ୍ୟିକ ସୌଭାଗ୍ୟବନ୍ତ ମହାରଣାଙ୍କ ଅଧ୍ୟକ୍ଷତାରେ ଏବଂ ସାହିତ୍ୟିକ ଡ. ଅଶୋକ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସମାରୋହରେ ପୁସ୍ତକର ପ୍ରକାଶକ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟଅତିଥି, କବି ନିମାଇଁ ପାଣିଗ୍ରାହୀ ସମ୍ମାନୀତ ଅତିଥି, ଅଧ୍ୟାପିକା ଜୟଶ୍ରୀ ସାହୁ ଓ ସାହିତ୍ୟିକ ଡ. ସଙ୍ଗୀତା ରଥ ସମୀକ୍ଷକ ଭାବରେ ଯୋଗ ଦେଇଥିଲେ।

Advertisment

ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଗୁରୁବାରୀ ମିର୍ଦ୍ଧାଙ୍କୁ ମହିଳା ସଶକ୍ତିକରଣର ପ୍ରତୀକ ବୋଲି ବିବେଚନା କରିି ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ପାଇଁ ଦାବି ରଖିଥିଲେ। ଏହି ଅବସରରେ ଗୁରୁବାରୀ ମିର୍ଦ୍ଧାଙ୍କ ଝିଆରୀ ଶିବାନୀ ମିର୍ଦ୍ଧାଙ୍କୁ ସମ୍ମାନୀତ କରାଯାଇଥିଲା। ଗାନ୍ଧୀ ସ୍ମତି ପାଠାଗାରର ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର, ସାହିତ୍ୟିକ ମନୋରଞ୍ଜନ ସାହୁ, ଗଣଦୃଷ୍ଟିର ନିେର୍ଦ୍ଦଶକ ଉମେଶ ବିଶ୍ବାଳ, କବି ଓ ନୃତ୍ୟଶିଳ୍ପୀ ଶର୍ମିଷ୍ଠା ସାହୁ, କବି ପ୍ରବାସିନୀ ହୋତା ଉପସ୍ଥିତ ଥିଲେ। କବି ନିତିଶ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।