ଗୁରୁ କେଳୁଚରଣଙ୍କ ପ୍ରତିମୂର୍ତି ଉନ୍ମୋଚିତ

ପୁରୀ : ପୁରୀ ଜିଲ୍ଲା ସଦର ବ୍ଲକର ଐତିହ୍ୟ ଗ୍ରାମ ରଘୁରାଜପୁରଠାରେ ଆଜି ପଦ୍ମବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କ ପ୍ରତିମୂର୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୁରୀ ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ସମେତ ସଂସ୍କୃତି ବିଭାଗର ବିଭିନ୍ନ ଅଧିକାରୀଙ୍କ ଉପସ୍ଥିତିରେ ଏହି ପ୍ରତିମୂର୍ତି ଉନ୍ମୋଚନ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ପ୍ରତିମୂର୍ତି ରଘୁରାଜପୁରଠାରେ ସ୍ଥାପନ କରାଯାଇଛି। ରଘୁରାଜପୁରରେ ଜନ୍ମିତ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ର କେବଳ ଓଡ଼ିଶା ପାଇଁ ନୁହେଁ, ଦେଶ ପାଇଁ ଗର୍ବ ଓ ଗୌରବ। ସେ ଜୀବନକାଳ ଭିତରେ ଅନେକ ସୁନାମ ଅର୍ଜିବା ସହ ଅନେକଙ୍କୁ ସୁଦକ୍ଷ କଳାକାର ଭାବେ ଗଢ଼ି ତୋଳିଛନ୍ତି। ତାଙ୍କ ସ୍ମୃତିରେ ଆଜି ଏହି ପ୍ରତିମୂର୍ତି ସ୍ଥାପନ କରାଯାଇଛି ବୋଲି ସାଂସଦ ଶ୍ରୀ ମିଶ୍ର ଓ ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଥିଲେ। ଏହି ଉତ୍ସବରେ ସ୍ଥାନୀୟ ସରପଞ୍ଚ, ଲୋକ ପ୍ରତିନିଧିଙ୍କ ସହ ଆଖପାଖ ଗାଁର ଲୋକେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର