ନୂଆଦିଲ୍ଲୀ: ଓଡିଶୀ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାୟାଧର ରାଉତଙ୍କୁ ଦକ୍ଷିଣ ଦିଲ୍ଲୀ ଏସିଆଡ ଭିଲେଜ୍ସ୍ଥିତ ସରକାରୀ ଘରୁ ଉଚ୍ଛେଦ ନେଇ ତାଙ୍କ ଝିଅ ମଧୁମିତା ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଭଳି ଉଚ୍ଛେଦ ଅମାନବୀୟ ବୋଲି ସେ କହିଛନ୍ତି। ଘର ଖାଲି କରାଯିବା ସମୟରେ ସେମାନଙ୍କୁ ଦୁର୍ବ୍ୟବହାର କରାଯିବା ସହ ଆସବାବପତ୍ର ବାହାରକୁ ଫିଙ୍ଗି ଦିଆଯାଇଥିବା ସେ କହିଛନ୍ତି। ସାମାନ୍ୟତମ ସମ୍ବେଦନା ନଥାଇ ଘରୁ ଉଚ୍ଛେଦ କରାଯାଇଥିଲା ଏବଂ ଏଭଳି ସ୍ଥିତିରେ ତାଙ୍କ ବାପା ମାୟାଧରଙ୍କ ଜୀବନ ବିପଦରେ ଥିଲା ବୋଲି ମଧୁମିତା କହିଛନ୍ତି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଘର ବାବଦରେ ଆଇନଗତ ସ୍ଥିତିକୁ ଆଦୌ ନଜର ନଦେଇ ଜୋର ଜବରଦସ୍ତ ସେମାନଙ୍କୁ ବାହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ମଧୁମିତା ଗଣମାଧ୍ୟକୁ କହିଛନ୍ତି ଯେ ଘର ଖାଲି କରିବା ପାଇଁ ସରକାରଙ୍କ ପକ୍ଷରୁ ୨୦୨୦ ମସିହାରେ ଆଦେଶ ଦିଆଯାଇଥିଲା। ଏହା ବିରୋଧରେ ସେ ଓ ତାଙ୍କ ପରିବାଙ୍କ ସମେତ ସରକାରୀ ଘରେ ରହୁଥିବା କିଛି କଳାକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଶୁଣାଣୀରେ କୋର୍ଟ ଦେଇଥିବା ରାୟକୁ ବିରୋଧ କରି ସେମାନେ ପୁଣି ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ଯାହାର ଶୁଣାଣି ଆସନ୍ତା ମଙ୍ଗଳବାର ହୋଇଥାନ୍ତା । ତେବେ ଶୁଶାଣି ପୂର୍ବରୁ ବିନା କୌଣସି ନୋଟିସରେ ଏଭଳି ପଦକ୍ଷେପ ଗ୍ରହଣକୁ ସେ ବିରୋଧ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/shfhsfhfhfs65h4sfh4654hf6.jpg)