ଗୋବର୍ଦ୍ଧନ ପୀଠରେ ଗୁରୁ ପୂର୍ଣ୍ଣିମା

ଯୋଗ ଦେଲେ ରାଜ୍ୟପାଳ ଓ ଗଜପତି ମହାରାଜ, ଶଙ୍କରାଚାର୍ଯ୍ୟଙ୍କ ଲିଖିତ ପୁସ୍ତକ ‘ବୈଦିକ ଗଚ୍ଛିତ’ ଉନ୍ମୋଚିତ

ପୁରୀ: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠରେ ଆଜି ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟି ଶିଷ୍ୟମାନେ ଆଶୀର୍ବାଦ ଭିକ୍ଷା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅତିଥି ଭାବେ ଯୋଗ ଦେଇ ଗୁରୁ-ପରମ୍ପରା ଉପରେ ବକ୍ତବ୍ୟ ରଖିଥିଲେ। ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଥିଲେ, ଶଙ୍କରାଚାର୍ଯ୍ୟଙ୍କ ମଠ ଏକ ବୈଦିକ ପୀଠ। ଶ୍ରୀମନ୍ଦିର ରାଜାଙ୍କ ଦାୟିତ୍ୱରେ ଥିବା ବେଳେ ଶଙ୍କାରାଚାର୍ଯ୍ୟଙ୍କ ମଠକୁ ଅଣଦେଖା କରାଯାଉନଥିଲା। ଏବେ କିନ୍ତୁ ଶଙ୍କରାଚାର୍ଯ୍ୟଙ୍କ ମଠକୁ ଯେତିକି ଗୁରୁତ୍ୱ ଦିଆଯିବା କଥା ଦିଆଯାଉନାହିଁ। ଏଥି ପାଇଁ ସରକାର ଯତ୍ନବାନ ହେବା ଉଚିତ। ଏହି ଅବସରରେ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ବୈଦିକ ଗଚ୍ଛିତ’ ଗଜପତି ମହାରାଜ ଓ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର