ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ଘୁଞ୍ଚିଲା

ମାଲକାନଗିରି : ଲଗାଣ ବର୍ଷା ଯୋଗୁଁ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ତାରିଖ ଘୁଞ୍ଚି ଯାଇଛି। ପ୍ରକାଶ ଥାଉକି, ଆସନ୍ତା ୧୮ ତାରିଖ ଦିନ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ପାଇଁ ଧାର୍ଯ୍ୟ କରାଯାଇଥିଲା। ତେବେ ପାଣିପାଗ ବିଭାଗର ସୂଚନା ପରେ ଏହା ଆସନ୍ତା ୨୦ ତାରିଖ ପରେ କୌଣସି ଏକ ନିର୍ଦ୍ଧିଷ୍ଟ ଦିନ ସେତୁ ଉଦ୍‌ଘାଟନ କରାଯିବ ବୋଲି ଆଜି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାର ବହୁ ପ୍ରତିକ୍ଷୀତ ସେତୁ ନିର୍ମାଣରେ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ସେତୁ କାର୍ଯ୍ୟ ମଧ୍ୟ ଘୁଞ୍ଚିଥିଲା। ଏବେ ଉଦ୍‌ଘାଟନ ମଧ୍ୟ ସେହି ଏକା ପରି ଘୁଞ୍ଚି ଘୁଞ୍ଚି ଚାଲିଛି। ମାଲକାନଗିରିବାସୀ ସମେତ ବିଛିନ୍ନାଞ୍ଚଳବାସୀ ଏହି ସେତୁ ଉଦ୍‌ଘାଟନ ନେଇ ବହୁ ଦିନ ଧରି ଅପେକ୍ଷା କରି ରହିଥିଲେ ମଧ୍ୟ ଏହା ଘୁଞ୍ଚିବାରେ ଲାଗିଛି।

ସମ୍ବନ୍ଧିତ ଖବର