ଗୁରୁପ୍ରିୟା ସେତୁ: କାମ ସରୁନି, ସମୟ ଗଡ଼ୁଛି

ମାଲକାନଗିରି : ବିଳମ୍ବିତ ହେବାରେ ଲାଗିଛି ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ନିର୍ମାଣ। ୬ଦଶନ୍ଧି ଧରି ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳବାସୀ ଏହି ସେତୁରେ ଯାତାୟାତ କରିବାର ସ୍ୱପ୍ନ ଦେଖି ଆସୁଛନ୍ତି। କିନ୍ତୁ ଏହାର କାମ ସରୁନି। ବାରମ୍ବାର ବିଳମ୍ବିତ ହେଉଛି। ଏହି ସେତୁ ଆସନ୍ତା ଏପ୍ରିଲ ୧୭ ତାରିଖ ସୁଦ୍ଧା ସମାପ୍ତ ହେବା ନେଇ ପାଞ୍ଚ ଦିନ ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ଭୁବନେଶ୍ୱରରେ ଘୋଷଣା କରାଯାଇଥିଲା। କିନ୍ତୁ ଏ ନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ ସାହୁଙ୍କୁ ପଚାରିବାରୁ ବର୍ତ୍ତମାନ ଗୋଟିଏ ସ୍ପାନ କାମ ଚାଲିଛି। ଏହା ସମାପ୍ତ ପରେ ପ୍ଲାଷ୍ଟରିଂ କାମ ଆରମ୍ଭ ହେବ। ତେବେ କେବେ ସରିବ ବୋଲି ପଚରା ଯାଇଥିବା ପ୍ରଶ୍ନକୁ ସେ ଏଡାଇ ଯାଇ କାମ ବର୍ତମାନ ଚାଲିଥିବା କହିଥିଲେ। ଏଥିରୁ ନିର୍ଧାରିତ ସମୟ ମଧ୍ୟରେ କାମ ସରିବା ନେଇ ଅନିଶ୍ଚିତତା ଦେଖାଦେଇଛି।

ସମ୍ବନ୍ଧିତ ଖବର