ସିସି କ୍ୟାମେରା ନଜରରେ ଗୁରୁପ୍ରିୟା ସେତୁ

ମାଲକାନଗିରି : ସିସିଟିଭି କ୍ୟାମେରା ନଜରରେ ରହିବ ବିଚ୍ଛିନ୍ନାଞ୍ଚବାସୀଙ୍କ ସ୍ୱପ୍ନର ସେତୁ ଗୁରୁପ୍ରିୟ। ସନ୍ଦିଗ୍ଧ ଗତିବିଧିକୁ କଣ୍ଟ୍ରୋଲ ରୁମରୁ ହିଁ ନିରୀକ୍ଷଣ କରାଯାଇପାରିବ। ଉଦ୍‌ଘାଟନ ପୂର୍ବରୁ ହିଁ ସୁରକ୍ଷା ପାଇଁ ସବୁପ୍ରକାର ବ୍ୟବସ୍ଥା ଏଠାରେ କରାଯାଇଥିବା ଦେଖିବାକୁ ମିଳିଛି। ସେତୁର ଉପର ମୁଣ୍ଡରେ ଦୁଇଟି ଏବଂ ତଳେ ଚାରୋଟି କ୍ୟାମେରା ଲାଗିଛି। ଏହି କ୍ୟାମେରାଗୁଡିକ ୩୬୦ଡିଗ୍ରି ବୁଲୁଥିବାରୁ ସେତୁର ସବୁ କୋଣକୁ ଭଲ ରୂପେ ଦେଖିହେବ। ସେହିପରି ସେତୁ ଉପରେ ୬୦ଟି ଲାଇଟ ଲଗାଯିବା ପାଇଁ ଟେଣ୍ଡର ଆହ୍ଵାନ କରାଯାଇଛି। ଦୁଇ ମୁଣ୍ଡରେ ବଡ ବଡ ହାଇମାଷ୍ଟ ଲାଇଟ ଲଗାଯିବା ପାଇଁ ମଧ୍ୟ ଯୋଜନା ଚାଲିଛି। ଏତଦ୍‌ବ୍ୟତୀତ ଦୁଇ ପଟେ ବିଏସଏଫ କ୍ୟାମ୍ପ ରହିବ ଓ ୨୪ଘଣ୍ଟା ପହରା ଦେବାକୁ ନିଷ୍ପତ୍ତି ନିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ସହ ଛୋଟ ବଡ ଦୁର୍ଘଟଣାକୁ ମଧ୍ୟ ଏଡ଼ାଇବା ପାଇଁ ଚେଷ୍ଟା ଚାଲିଛି। ଦୁଇ ଦିନ ତଳେ ପୁଲିସ ଏବଂ ବିଏସ୍‌ଏଫ୍‌ର ଉଚ୍ଚ ଅଧିକାରୀ ଗୁରୁପ୍ରିୟା ସେତୁର ପରିଦର୍ଶନ ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଅପରପକ୍ଷରେ ବିଦ୍ୟୁତ କାଟ ହେଲେ ସମସ୍ୟା ହେବାର ସମ୍ଭାବନା ରହିଥିବାରୁ ସୋଲାର ପ୍ୟାନେଲ ଲଗାଇ ବିଦ୍ୟୁତ ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର