ବାଂଶପାଳ:  ବାଂଶପାଳ ବ୍ଲକ୍‌ ଧାନଗଦୀ ଚେକାକଟା ନିକଟରେ ଆଜି ସକାଳେ ଏକ ଗୁଟକା ବୋଝେଇ ଟ୍ରକ୍‌ ଭାରସ୍ୟାମ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ଓ ହେଲ୍‌ପର୍‌ ସାମାନ୍ୟ ଆହତ ହୋଇଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଗୁଟକା ବୋଝେଇ ଟ୍ରକ୍‌ଟି ସିଂପୁର-ବଣେଇ ରାସ୍ତାରେ ରାଉରକେଲା ପଟୁ କେନ୍ଦୁଝର ଅଭିମୁଖେ ଯାଉଥିଲା।

Advertisment

ଚେକାକଟା ନିକଟରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଆହତ ଡ୍ରାଇଭର, ହେଲ୍‌ପର୍‌ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଇ ଥିଲେ। ବାଂଶପାଳ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।