ଗୁଟ୍‌ଖା ଦୋକାନ ଉପରେ ଚଢ଼ଉ, ୨୫ ଦୋକାନୀଙ୍କୁ ଜରିମାନା

ପୁରୀ : ପୁରୀ ପୌରାଞ୍ଚଳରେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ମିଳିତ ଭାବରେ ତମାଖୁ ବିକ୍ରେତାମାନଙ୍କ ଦୋକାନରେ ଚଢ଼ଉ କରାଯାଇଛି। କୋଟ୍‌ପା ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୫ଜଣ ଦୋକାନୀଙ୍କୁ ବେଆଇନ ଗୁଟ୍‌ଖା ବିକ୍ରି ପାଇଁ ୪ହଜାର ୧୫୦ ଟଙ୍କା ଜରିମାନା କରିଛନ୍ତି। ଚଢ଼ଉରେ ଖାଦ୍ୟ ସୁରକ୍ଷା ଅଧିକାରୀ ବେଦଶ୍ରୀ ସାହୁ, ଜ଼ିଲ୍ଲା ତମାଖୁ ନିୟନ୍ତ୍ରଣ ପରାମର୍ଶ ଅଧିକାରୀ ଡା. ସୁଶାନ୍ତ କୁମାର ବିଶ୍ୱାଳ, ମାନସ କୁମାର ପଣ୍ଡା, ଅବକାରୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମଲିକ ପ୍ରମୁଖ ସମୁଦ୍ରକୂଳ ପୁଲିସ ସହଯୋଗରେ ଆଜି ପୁରୀ ପୌରାଞ୍ଚଳର ବିଭିନ୍ନ ଦୋକାନରେ ଚଢ଼ଉ କରିଥିଲେ। ଆଗାମୀ ଦିନରେ ବି ଏହି ଚଢ଼ଉ ଜାରି ରହିବ ବୋଲି ଅଧିକାରୀମାନେ କହିଛନ୍ତି। ଏପରିକି ଶିକ୍ଷାନୁଷ୍ଠାନ ନିକଟରେ ଗୁଟଖା ବିକୁଥିବା କ୍ୟାବିନ୍ ଲାଇସେନ୍ସ ବାତିଲ ପାଇଁ ପ୍ରଶାସନ ପଦକ୍ଷେପ ନେବ ବୋଲି କମିଟି ସଭ୍ୟ ବଦ୍ରି ମିଶ୍ର ଜଣାଇଛନ୍ତି।

ସମ୍ବନ୍ଧିତ ଖବର