୫ ଲକ୍ଷ ଟଙ୍କାର ଚୋରା ଗୁଟୁଖା ଜବତ

ରାୟଗଡା : ରାୟଗଡା ରେଳ ସୁରକ୍ଷା ବଳ (ଆରପିଏଫ) ଆଜି ୨୬ ପ୍ୟାକେଟ ଚୋରା ଗୁଟୁଖା ପ୍ୟାକେଟ୍ ଜବତ କରିଛି। ଜବତ ହୋଇଥିବା ଗୁଟୁଖାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା। ଗତକାଲି ବିଳମ୍ବିତ ରାତ୍ରିରେ ବିଶାଖାପାଟଣା-ରାୟଗଡା ପାସେଞ୍ଜରରୁ ଏହି ଗୁଟୁଖା ପ୍ୟାକେଟ୍ ଓହ୍ଲାଇ ଷ୍ଟେସନ ପରିସରରେ ଥିବା ଗୋଦାମ ଗୃହରେ ରଖାଯାଇଥିଲା। ସିଗାରେଟ୍ ପ୍ୟାକେଟ୍ ନାଁରେ ବୁକିଂ ହୋଇଥିବାରୁ ଏ ସଂପର୍କରେ କେହି ଖୋଳତାଡ କରିନଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ଆଜି ଆରପିଏଫ୍ ଗୋଦାମ ପରିସରକୁ ଯାଇ ଉକ୍ତ ପ୍ୟାକେଟକୁ ଯାଞ୍ଚ କରିବା ପରେ ଗୁଟୁଖା ଥିବା ଜଣା ପଡିଥିଲା। ସମସ୍ତ ଗୁଟୁଖାକୁ ଆରପିଏଫ୍ ଜବତ କରିବା ସହ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର