ବୌଦ୍ଧ : ବୌଦ୍ଧ ଜିଲ୍ଲାର ନୂତନ ଏସ୍ପି ଭାବେ ଜ୍ଞାନ ରଞ୍ଜନ ମହାନ୍ତି ଯୋଗ ଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ ମହାନ୍ତି ଅର୍ଥନୈତିକ ଅପରାଧ ଶାଖାର ଅତିରିକ୍ତ ଏସ୍ପି ଭାବରେ ଭୁବନେଶ୍ବରରେ ଅବସ୍ଥାପିତ ଥିଲେ।
ସୂଚନାଯୋଗ୍ୟ, ବୌଦ୍ଧର ଏସ୍ପି ଭି. ରଘୁନାଥ ରାଓ ଜୁନ ୩୦ ତାରିଖରେ ଅବସର ଗ୍ରହଣ କରିଥିଲେ। ଗତ ଏକ ବର୍ଷ ହେଲା ବୌଦ୍ଧକୁ ମାଓମୁକ୍ତ ଜିଲ୍ଲା ଘୋଷଣା କରାଯାଇଥିବା ବେଳେ ଦୁଇଦିନ ପୂର୍ବରୁ ବୌଦ୍ଧ ଓ କନ୍ଧମାଳ ସୀମାନ୍ତରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ମାଓ ଗୁଳିରେ ଦୁଇ ଜଣ ଏସ୍ଓଜି ଯବାନ ଆହତ ହୋଇଛନ୍ତି। ତେଣୁ ଏଭଳି ଏକ ସ୍ପର୍ଶକାତର ସମୟରେ ଯୋଗ ଦେଇଥିବା ନୂତନ ଏସ୍ପିଙ୍କ ପାଇଁ ଏହା ଆହ୍ବାନ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି।
ସେହିପରି ବୌଦ୍ଧ ଜିଲ୍ଲା ଗଞ୍ଜେଇ ଚାଷ ଓ ଚୋରା ଚାଲାଣର ଗଡ଼ ପାଲିଟିଛି। ଗତ ମାସରେ ବଲାଙ୍ଗୀରରେ ଜବତ ହୋଇଥିବା ପିସ୍ତଲର ବୌଦ୍ଧ ଜିଲ୍ଲା ଲିଙ୍କ୍ ମଧ୍ୟ ଜିଲ୍ଲାରେ ଆପରାଧିକ କାର୍ଯ୍ୟକଳାପକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଜିଲ୍ଲାର ବର୍ତ୍ତମାନ ସ୍ଥିତି ନୂତନ ଏସ୍ପିଙ୍କ ପାଇଁ ଛୋଟ ଜିଲ୍ଲାରେ ବଡ଼ ଚାଲେଞ୍ଜ ଭାବରେ ଛିଡ଼ା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/41c05b45-3859-4199-aeed-b7d49be6d8eb.jpg)