ଜ୍ଞାନଦେବ ବେଉରା ପିସିସି ଓବିସି ବିଭାଗର ଅଧ୍ୟକ୍ଷ

ଭୁବନେଶ୍ବର : କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ଜ୍ଞାନଦେବ ବେଉରା ଓଡ଼ିଶା ପ୍ରଦେଶ କଂଗ୍ରେସ ଓବିସି ବିଭାଗର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଶ୍ରୀ ବେଉରାଙ୍କ ନାମ ସୁପାରିସ କରିଥିଲେ। ଶ୍ରୀମତୀ ଗାନ୍ଧି ସୁପାରିସ୍‌କୁ ଗ୍ରହଣ କରିବା ପରେ ଶ୍ରୀ ବେଉରାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଓବିସିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବା ଏଆଇସିସି ସାଧାରଣ ସଂପାଦକ ଭେନୁଗୋପାଳ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି। ଏହା ପୂର୍ବରୁ ଶ୍ରୀ ପଟ୍ଟନାୟକ ରାଜ୍ୟରେ କଂଗ୍ରେସକୁ ସୁଦୃଢ଼ କରିବା ଲାଗି ଦଳରେ ଖାଲିଥିବା ବିଭିନ୍ନ ବିଭାଗର ପଦବି ପୂରଣ ଓ ବିଭିନ୍ନ ବିଭାଗର ପୁନର୍ଗଠନ କରିଛନ୍ତି।

ସମ୍ବନ୍ଧିତ ଖବର