ଟୋକିଓ: ଟୋକିଓରେ ଓଡ଼ିଶାର ଟେକ ରଖିବା ପାଇଁ ଓଡ଼ିଆ ଧାବିକା ଦୂତି ଚାନ୍ଦ ଜୋରଦାର ଅଭ୍ୟାସ କରୁଛନ୍ତି। ସେ ଜିମରେ ଝାଳ ବୁହାଉଛନ୍ତି। ଟୋକିଓରୁ ଆସିଛି ଦୂତି ଚାନ୍ଦଙ୍କ ଜିମରେ ଅଭ୍ୟାସ କରୁଥିବା ବେଳର ଭିଜୁଆଲ। ଅଲିମ୍ପିକ୍ସରେ କିପରି ଭଲ ପ୍ରଦର୍ଶନ କରିବେ ସେନେଇ ଅଭ୍ୟାସ ଚଳାଇଛନ୍ତି। ଆସନ୍ତା ୩୦ ତାରିଖରେ ଟ୍ରାକକୁ ଓହ୍ଲାଇବେ ଦୂତି।

Advertisment

୧୦୦ ମିଟର ରାଉଣ୍ଡ ୧ ହିଟ୍ ସକାଳ ୮ଟା ୧୦ରେ ଆରମ୍ଭ ହେବ। ଦୂତିଙ୍କ ହାତରେ ମଝିରେ ଆଉ ଗୋଟିଏ ଦିନ ରହିଛି। ଏହା ପୂର୍ବରୁ ନିଜକୁ ଫିଟ୍ ରଖିବା ପାଇଁ ଦୂତି ଜୋରଦାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। କେବଳ ଜିମରେ ନୁହେଁ, ଟ୍ରାକରେ ମଧ୍ୟ ଦୂତିଙ୍କ ଅଭ୍ୟାସ ଦେଖିବାକୁ ମିଳିଛି। ୨୦୧୬ ରିଓ ଅଲିମ୍ପିକରେ ମେଡାଲରୁ ବଂଚିତ ହୋଇଥିବା ଦୂତି ଏଥର ଟୋକିଓର ନିଶ୍ଚିତ ଦେଶ ପାଇଁ ପଦକ ଆଣିବାକୁ ଆଶାବାଦୀ ଅଛନ୍ତି।