ହବିଷ୍ୟାଳି କେନ୍ଦ୍ରରେ ଚରମ ଅବ୍ୟବସ୍ଥା : କେନ୍ଦ୍ର ଛାଡ଼ିଲେ ବ୍ରତଧାରୀ

ପୁରୀ : ପୁରୀରେ ହବିଷ୍ୟାଳି କେନ୍ଦ୍ରଗୁଡିକରେ ଚରମ ଅବ୍ୟବସ୍ଥାକୁ ନେଇ ହବିଷ୍ୟାଳିମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅବ୍ୟବସ୍ଥା କାରଣରୁ ପ୍ରତିଦିନ ଅସୁସ୍ଥ ହବିଷ୍ୟାଳିଙ୍କ ସଂଖ୍ୟା ବଢିବାରେ ଲାଗିଛି। ସମସ୍ୟା ‌େଯାଗୁ ଆଜି ଜଣେ ହବିଷ୍ୟାଳି ଶିବିର ଛାଡିଛନ୍ତି। ସ୍ଥିତିରେ ସୁଧାର ନଆସିଲେ ଅସନ୍ତୁଷ୍ଟ ହବିଷ୍ୟା‌ଳି କେନ୍ଦ୍ର ଛାଡିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି। ସହରରେ ଥିବା ତିନିଟି ହବିଷ୍ୟାଳି କେନ୍ଦ୍ର ମଧ୍ୟରୁ ମୋଚି ସାହି ଛକସ୍ଥିତ ମ୍ୟୁନିସିପାଲଟି ହବିଷ୍ୟାଳି କେନ୍ଦ୍ରର ସ୍ଥିତି ଅତ୍ୟନ୍ତ ସାଂଘାତିକ। ଏହି କେନ୍ଦ୍ର‌ରେ ୬୦୦ରୁ ଅଧିକ ହବିଷ୍ୟାଳି ରହୁଛନ୍ତି। କାର୍ତ୍ତିକ ବ୍ରତ ଧରିବାର ଦୁଇ ଦିନ ଭିତରେ ଏଠାରେ ଶିବରାର୍ଥୀମାନେ ଅକଥନୀୟ ଯନ୍ତ୍ରଣା ଭୋଗୁଥିବା ପରିଲକ୍ଷିତ ହୋଇଛି। ଶିବିର ସ୍ଥାନରୁ ମନ୍ଦିରକୁ ଯିବା ଲାଗି ଗାଡ଼ି ବ୍ୟବସ୍ଥ‌ା ନାହିଁ। ଫଳରେ ବୟସାଧିକ୍ୟ ବୃଦ୍ଧାମାନେ ପ୍ରାୟ ୧ କିମି ରାସ୍ତା ଚାଲିଚାଲି‌ ମନ୍ଦିରକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଶିବିରରେ ପହଞ୍ଚିଲା ବେଳକୁ ଅଣନିଃଶ୍ବାସୀ ହୋଇ ପଡୁଛନ୍ତି। ଏହି କେନ୍ଦ୍ରରେ ଗାଧୋଇବା ପାଇଁ ଜଣେ ଶିବିରାର୍ଥୀଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଲାଗିଥିବା ସମସ୍ତ ଟ୍ୟାପ୍‌ରେ ବେଙ୍ଗ ମୂତିଲା ଭଳି ପାଣି ଆସୁଛି। ଫଳସ୍ବରୂପ ଭୋର ୪ଟାରୁ ଲାଇନରେ ରହି ମଧ୍ୟ ସକାଳ ୭ଟା ସୁଦ୍ଧା ଗାଧୋଇବାର ସୁଯୋଗ ପାଉନାହାନ୍ତି ବ୍ରତଧାରୀ। ସାମାନ୍ୟ ବାଲ୍‌ଟି ଓ ମଗ ପାଇଁ ଭିଡାଓଟରା ପରିସ୍ଥିତି ଉପୁଜୁଛି। ବୟସ୍କ ବୃଦ୍ଧାମାନେ ସିଡ଼ି ଚଢି ଉପରକୁ ଯାଇପାରୁନଥିବାରୁ ‌ସେମାନେ ସିଡି ତଳେ ହିଁ ବିଶ୍ରାମ ନେଉଛନ୍ତି। ଦିନ କଥା ଛାଡ଼, ରାତିରେ ବି ଯନ୍ତ୍ରଣା କମୁନି। ମଶାରି ସୁବିଧା ନଥିବାରୁ ମଶା ଝୁଣୁଛନ୍ତି। ମହରଗରୁ ଆସି କାନ୍ତରରେ ପଡିଲା ଭଳି ପରିସ୍ଥିତି ଉପୁଜିଥିବା କିଛି ହବିଷ୍ୟାଳି ଦୁଃଖର ସହିତ କହିଛନ୍ତି। ‌ସେମାନେ ଧର୍ମ କରିବାକୁ ଆସିଛନ୍ତି, ମାଗଣା ଖାଇବାକୁ ଆସିନଥିବା କହିଛନ୍ତି। ମାଗଣା ନାମରେ‌ ବୟସାଧିକ୍ୟ ବୃଦ୍ଧାଙ୍କୁ ଏକପ୍ରକାର ନିର୍ଯାତନା ଦିଆଯାଉଛି। ମ୍ୟୁନିସିପାଲଟି କଲ୍ୟାଣ ମଣ୍ଡପର ଅଧାଗଢା ଘରେ ହବିଷ୍ୟାଳିଙ୍କ ପାଇଁ ବିଶ୍ରାମ ବ୍ୟବସ୍ଥା କରାଯାଇଛି। ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ହବିଷ୍ୟାଳିଙ୍କ ପାଇଁ ସରକାର କରିଥିବା ଏକ ସୁନ୍ଦର ‌େଯାଜନା ପାଣିଚିଆ ‌େ‌ହାଇଯାଇଛି।

ଏଣେ ଶିବିରରେ ପ୍ରତିଦିନ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି କାରଣରୁ ଭୁବନେ‌ଶ୍ବର ୟୁନିଟ୍‌-୪ରେ ରହୁଥିବା କୁନିଲତା ଦାସ ଆଜି ଶିବିର ଛାଡିଛନ୍ତି। ଏଠା‌େର ବୃଦ୍ଧାମାନେ ଯେଉଁଭଳି ଯନ୍ତ୍ରଣା‌ ଭୋଗୁଛନ୍ତି ସମସ୍ତଙ୍କର ଦୟନୀୟ ଅବସ୍ଥା। ଧର୍ମ କରିବାକୁ ଆସି ଦହଗଞ୍ଜ ହେଉଛନ୍ତି। ଚାଲି ଚାଲି ମନ୍ଦିର ଯିବାକୁ ପଡିଲା, ଗାଧୋଇବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଏଥିରେ ସୁଧାର ନ ଆସିଲେ ତାଙ୍କ ଭଳି ଆହୁରି ଅନେକ ଶିବିର ଛାଡିବେ ବୋଲି କୁନିଲତା କହିଛନ୍ତି। ଅନ୍ୟପକ୍ଷରେ ରେଳବାଇ ଆଶ୍ରୟ ସ୍ଥଳରେ ମଧ୍ୟ ସମାନ୍‌ ସ୍ଥିତି ଉପୁଜିଛି। ଏଠ‌ା‌େର ସ୍ନାନ ପାଇଁ ବାଲଟି ମଧ୍ୟ ଦିଆଯାଉନାହିଁ। ଗୋଟିଏ ବ‌ାଲଟି ପାଇଁ ୧୦ ଜଣ ହବିଷ୍ୟାଳି ଭିଡାଓଟରା ହେଉଛନ୍ତି। ମାତ୍ର ଦୁଇ ଦିନ ଭିତରେ ଏମିତି ହଇରାଣ ହରକତକୁ ନେଇ ହବିଷ୍ୟ‌ାଳି କେନ୍ଦ୍ରରେ ଅସନ୍ତୋଷ ବଢିବାରେ ଲାଗିଛି। ସବୁଠୁ ବଡ଼ କଥା ହେଲା, ମା’ମାନେ ବିଶ୍ରାମ ନେଉଥିବା ଓ ଶୟନ କରୁଥିବା ବିଶ୍ରାମ ଗୃହରେ ୨୪ଟି ସିସିଟିଭି କ୍ୟାମେରା ଲଗାଇ ପ୍ରଶାସନ ସବୁପ୍ରକାର ‌େଶାଭନୀୟତା ଭୁଲିଯାଇଥିବା ଅଭିଯୋଗ ‌େହାଇଛି। ୨୪ ଘଣ୍ଟା ଧରି ଏହି ସିସିଟିଭି କାମ କରୁଛି। ମା’ଙ୍କୁ ସୁବିଧା ଦେବା ନାମରେ ଏ ପ୍ରକାର ଅ‌େଶାଭନୀୟତକୁ କିଛି ହବିଷ୍ୟାଳି ଗ୍ରହଣ କରିପାରିନାହାନ୍ତି। ଚୋରି ରୋକିବା ପାଇଁ ଅନ୍ୟ କିଛି ବିକଳ୍ପ ବ୍ୟବସ୍ଥା ନ କରି ହଜାର ହଜାର ମା’ଙ୍କ ଶୟନସ୍ଥଳରେ ସିସିଟିଭି ଲଗାଇବା ଗ୍ରହଣୀୟ ନୁହେଁ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର