କଟକ: କଟକ ଏସସିବି ମେଡିକାଲ କଲେଜରୁ ଯେଉଁ କାରରେ ଚମ୍ପଟ ମାରିଥିଲା ଗ୍ୟାଙ୍ଗଷ୍ଟର ହାଇଦର ସେଇ କାର କଟକରେ ପହଞ୍ଚିଛି । ବ୍ରହ୍ମପୁର ନିକଟ ଗୋଳନ୍ଥରା ଚେକ୍ ଗେଟରୁ କାରଟିକୁ ଜବତ କରିଥିଲା କମିସନର ପୁଲିସ। ଗାଡ଼ି ନମ୍ବର ହେଉଛି ଓଡି-୦୨-ଏଏସ୍- ୬୭୭୦ । ଏହା ହେଉଛି ଏକ ମାରୁତି ସୁଇଫ୍ଟ ଡିଜାୟାର ଗାଡି, ଯେଉଁ ଗାଡିରେ ହିଁ ଫେରାର ହୋଇଥିଲା ହାଇଦର ।
ଏହି ଗାଡିରେ ହାଇଦର ତେଲାଙ୍ଗାନା ଯାଇଥିବା ପୁଲିସ ଗୁଇନ୍ଦା ତଥ୍ୟ ପାଇଥିଲା । ଏନଏଚଏଆଇର ଆପ ମାଧ୍ୟମରେ ଗାଡି ନମ୍ବର ଦେଇ ଗାଡିର ଲୋକେସନ୍ ଜାଣିବାକୁ ପାଇଥିଲା ପୁଲିସ । ଓଡିଶା ସୀମାର ବ୍ରହ୍ମପୁୁର ନିକଟ ଗୋଳନ୍ଥରା ଚେକ୍ ଗେଟରେ ଏହି ଗାଡି ୧୦ ତାରିଖରେ ଅତିକ୍ରମ କରିଥିବା ପୁଲିସ ଜାଣିପାରିଥିଲା । ସେଠୁ ଇଚ୍ଛାପୁରମ୍-ଆନ୍ଧ୍ର-ତେଲେଙ୍ଗାନାରେ ପହଂଚିଥିଲା । ମଛଲିପଟନମ୍ ରୁ ଡାହାଣ ଆଡକୁ ଯାଇ ବିଜୟୱାଡା-ହାଇଦ୍ରାବଦ୍ ଯାଇଥିଲା । ସେଇଠୁ ପୁଲିସ ଜାଣିଗଲା ଯେ, ହାଇଦର ବେଙ୍ଗାଲୁରୁ କିମ୍ବା ଚେହ୍ନାଇ ନ ଯାଇ ହାଇଦ୍ରାବାଦରେ ଅଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Hyder-car-ctc18_Thumb-1.jpg)