ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପାଣିକୋଇଲି-ଯାଜପୁରରୋଡ ରାସ୍ତାର କୃପାଳୁ ରାଇସ୍ ମିଲ ସମ୍ମୁଖରେ ଗତ ବୁଧବାର ବିଳମ୍ବିତ ରାତିରେ ଏକ ହାଇୱା ରାସ୍ତାକଡ଼ର ଏକ ଦୋକାନରେ ପଶି ଯାଇଥିଲା। ଏଥିରେ ଚାଳକ, ଖଲାସୀ ସମେତ ଦୋକାନରେ ଥିବା ଦୁଇ ଜଣ ଗ୍ରାହକ ଆହତ ହୋଇଛନ୍ତି।
ରାତିରେ ରାସ୍ତାକଡ଼ ଚା,ପାନ ଦୋକାନଟି ଖୋଲାଥିବା ବେଳେ ହାଇୱା ନମ୍ବର ଓଡି-୨୨ଏମ-୮୩୯୩ ପାଣିକୋଇଲି ଛକରୁ ଯାଜପୁରରୋଡ ଯାଉଥିଲା। ସେଠାରେ ଭାରସାମ୍ୟ ହରାଇ ହାଇଓ୍ବାଟି ଦେକାନ ଭିତରକୁ ପଶିଯାଇଥିଲା। ଏହି ଦୁର୍ଘଟଣାରେ ଦୋକାନ ଭାଙ୍ଗିଯିବା ସହ ହାଇୱାର ଚାଳକ, ଖଲାସୀ ଆହତ ହୋଇଥିଲେ। ସେମାନଙ୍କୁ ପ୍ରାଥମିକ ଚିକତ୍ସା କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/4-12.jpg)