୬୫ ବର୍ଷରୁ ଅଧିକଙ୍କୁ ହଜ୍‌ ଯାତ୍ରା ମନା

କଟକ: ସାଉଦି ଆରବର ହଜ୍‌ ଓ ଉମ୍‌ରାହ ମନ୍ତ୍ରଣାଳୟ ପକ୍ଷରୁ ଚଳିତବର୍ଷର ହଜ୍‌ ଯାତ୍ରା ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଯେଉଁମାନଙ୍କ ବୟସ ୬୫ ବର୍ଷ ବୟସରୁ କମ୍‌ ହୋଇଥିବ ଏବ˚ ସାଉଦି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସ୍ବୀକୃତିପ୍ରାପ୍ତ କୋଭିଡ୍‌-୧୯ ଟିକା ନେଇଥିବେ ସେମାନେ ଏହି ଯାତ୍ରା କରିପାରିବେ ବୋଲି କୁହାଯାଇଛି। ଏଥି ସହିତ ଯାତ୍ରା ଆରମ୍ଭ ହେବାର ତିନି ଦିନ ପୂର୍ବରୁ ଆର‌୍‌ଟିପିସିଆର‌୍‌ ଟେଷ୍ଟ ରିପୋର୍ଟ ପ୍ରଦାନ କରିବାକୁ ହେବ। ହଜ୍‌ ଯାତ୍ରା ପାଇଁ ଆବେଦନ କରିବାର ସମୟ ଏପ୍ରିଲ ୯ ତରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଯେଉଁମାନେ ହଜ୍‌ ଯାତ୍ରା ପାଇଁ ଆଗ୍ରହୀ ଥିବେ ସେମାନେ ଧାର୍ଯ୍ୟ ସମୟ ମଧ୍ୟରେ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ରାଜ୍ୟ ହଜ୍‌ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର