କୋରାପୁଟ : ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ୍)ରେ ପୁଳା ପୁଳା ଦୁର୍ନୀତିର ପେଡ଼ି ଖୋଲୁଛି। ସିବିଆଇ ତଦନ୍ତ ଆରମ୍ଭ ପରେ ଦିନକୁ ଦିନ ଦୁର୍ନୀତିର କଳେବର ବଢ଼ିବାରେ ଲାଗିଛି। କେବଳ ଜଣେ ଅଧିକାରୀ ନୁହଁନ୍ତି, ବରଂ ହାଲର ଏକାଧିକ ବରିଷ୍ଠ ଅଧିକାରୀ ସିଧାସଳଖ ଏହି ଦୁର୍ନୀତିରେ ଭାଗୀଦାର ଥିବା ପ୍ରମାଣ ପାଇସାରିଛି ସିବିଆଇ। କେବଳ ସେତିକି ନୁହେଁ, ରାଜନେତାଙ୍କ ସିଧାସଳଖ ସଂପୃକ୍ତିର ବି ଗନ୍ଧ ବାରିଛି। ଏକ ଜାତୀୟ ଦଳର ଜଣେ ପ୍ରମୁଖ ନେତା ହାଲ ଦୁର୍ନୀତିରେ ଜଡ଼ିତ ଥିବା ସିବିଆଇ ସୂତ୍ରରୁ ଜଣାପଡିଛି।ଜାଲ ଭାଉଚର ଦେଇ ସୁନାବେଡା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ୍)ରେ କୋଟି କୋଟି ଟଙ୍କା ହଡ଼ପ କରାଯାଇଥିବା ହାଲ କର୍ତ୍ତୃପକ୍ଷ ଆଭାସ ପାଇଥିଲେ। ହାଲରେ ଫାଇନାନ୍ସ ବିଭାଗରେ କାମ କରୁଥିବା ସିନିଅର୍ ମ୍ୟାନେଜର ଭବେନ ମୈତି ବ୍ୟାପକ ଜାଲିଆତି କରିଥିବା ନେଇ ସୂଚନା ମିଳିବା ପରେ ଛାନଭିନ ଆରମ୍ଭ ହୋଇଥିଲା।
ହାଲ୍ ଦୁର୍ନୀତି ମାମଲା : ସିବିଆଇ ସ୍କାନରରେ ନେତା, ଅଧିକାରୀ
/sambad/media/post_attachments/wp-content/uploads/2018/10/hal-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)