ସମ୍ବଲପୁର/ବିଜେପୁର : ନେପାଳର ରାଜଧାନୀ କାଠମାଣ୍ଡୁରେ ଲୋକକବି ହଳଧର ନାଗଙ୍କ କବିତା ଉପସ୍ଥିତ ଶହଶହ ଶ୍ରୋତା ଓ ବିଭିନ୍ନ ଦେଶରୁ ଆସିଥିବା କବି, ସାହିତ୍ୟିକଙ୍କୁ ମନ୍ତ୍ରମୁଗ୍‌ଧ କରିଛି। କବି ସେଠାରେ ନେପାଳି ଭାଷାରେ ‘ପଞ୍ଚାମୃତ’, ‘କବି ହଳଧର କେ ଚିଠି’, କାମଧେନୁ (ମହାସତୀ ଉର୍ମିଳାର ଏକ ଅଂଶ), ଅଛିଆ ଆଦି କବିତା ପାଠ କରି ସମସ୍ତଙ୍କୁ ସ୍ତବ୍‌ଧ କରି ଦେଇଥିଲେ।

Advertisment

publive-image

ଶନିବାର ଅପରାହ୍‌ଣରେ ଅନୁଷ୍ଠିତ ସାହିତ୍ୟ ସମାବେଶରେ ଶ୍ରୀ ନାଗ ଅତିଥି ଭାବେ ଯୋଗଦେଇ ବିଶ୍ବର ବିଭିନ୍ନ ଭାଷାରୁ ଅନୁଦିତ କବିତା ସଂକଳନ ‘ମ୍ୟାଡ୍‌ନେସ୍: ଆନ୍ ଆନ୍ଥୋଲଜି ଅଫ୍ ୱାର୍ଲଡ୍ ପଏଟ୍ରି’ ପୁସ୍ତକ ଉନ୍ମୋଚନ କରିଥିଲେ। ଏଥିରେ ଶ୍ରୀ ନାଗଙ୍କ ‘ନାନା ପାଗଲ’ କବିତା ସ୍ଥାନ ପାଇଛି। ୬୧୬ ପୃଷ୍ଠାର ଏହି କବିତା ସଂକଳନରେ ବିଶ୍ବର ୧୦୧ଟି ଦେଶର ୨୯୭ ଜଣ କବିଙ୍କ କବିତା ସ୍ଥାନ ପାଇଛି ଯାହା ରେଡ୍‌ପାଣ୍ଡା ବୁକ୍‌ସ ତରଫରୁ ପ୍ରକାଶିତ ହୋଇଛି। ବିଶ୍ବର ସାମାଜିକ ଓ ରାଜନୈତିକ ପାଗଳାମୀ ବିରୋଧରେ ଏହି ସଂକଳନ ଏକ ବିରଳ ଧାରା ଅଟେ। ତେଣୁ ବିଶ୍ବ କବିତା ଅଭିଯାନରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବ ବୋଲି ପୁସ୍ତକ ସମୀକ୍ଷା ଅବସରରେ ଡ. ଅସୱାରି ୱାପତ ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର ଡ. କେଶରଂଜନ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ‘ସେଲିବ୍ରେଟିଂ ମ୍ୟାଡ୍‌ନେସ୍’ ନାମକ ଏହି ସମାବେଶରେ ସୁଶୀଲା ସିଂହଙ୍କ ଦ୍ବାରା ୧୩ଟି ବିଚାର ଉଦ୍ରେକକାରୀ କଳା ପ୍ରଦର୍ଶିତ ହୋଇଥିଲା।