ବରଗଡ଼ : ରାଜନୈତିକ ମଂଚରେ ପଦ୍ମଶ୍ରୀ ହଳଧର ନାଗଙ୍କ ଉପସ୍ଥିତି ଆଜି ଚର୍ଚ୍ଚାର ବିଷୟ ହୋଇଛି। ରବିବାର ସ୍ଥାନୀୟ ମୋଦୀ ପଡ଼ିଆଠାରେ ଅମିତ ଶାହ ଆସିବାର ତିନି ଘଣ୍ଟା ପୂର୍ବରୁ ଶ୍ରୀ ନାଗ ମଂଚରେ ଉପସ୍ଥିତ ଥିଲେ। ଶ୍ରୀ ଶାହ ଆସିବା ପରେ ଉଭୟେ ଉଭୟଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଭାଷଣ ବେଳେ ମୋଦୀ ସରକାରଙ୍କ ଉପଲବ୍ଧି ଉପରେ ଲମ୍ବା ବିବରଣୀ ଦେଇଥିଲେ। ମୋଦୀ ସରକାର ହଳଧର ନାଗଙ୍କୁ ପଦ୍ମଶ୍ରୀ ଉପାଧି ଦେଇଛି ବୋଲି ସେ ଯୋଡ଼ିଥିଲେ। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ଦିନ ତଳେ ଶ୍ରୀ ନାଗ ନବୀନ ନିବାସ ଯାଇଥିଲେ। ଯାହାକୁ ନେଇ ସରଗରମ ଆଲୋଚନା ହୋଇଥିଲା। କାଳେ ଶ୍ରୀ ନାଗ ବିଜେଡିରେ ସାମିଲ ହେବେ ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା। କିନ୍ତୁ ଏହା ସଂପୂର୍ଣ୍ଣ ଗୁଜବ ବୋଲି ଶ୍ରୀ ନାଗ ପରେ କହିଥିଲେ। ଏବେ ବିଜେପିର ବଡ଼ ମଂଚରେ ତାଙ୍କର ଉପସ୍ଥିତିକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ତେବେ ଏନେଇ ଶ୍ରୀ ନାଗଙ୍କ ପ୍ରତିକ୍ରିୟା ମିଳିନାହିଁ।
ଶାହଙ୍କ ସଭାରେ ହଳଧର
ପଦ୍ମଶ୍ରୀ ମୋଦୀ ସରକାର ଦେଇଛି: ଧର୍ମେନ୍ଦ୍ର
/sambad/media/post_attachments/wp-content/uploads/2019/04/SBPHO7-BRG1.jpg)