ଭୁବନେଶ୍ବର: ଆଜି ବିବାହବନ୍ଧନରେ ବାନ୍ଧି ହେଉଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା। ବିବାହ ପୂର୍ବରୁ ଏହି ଯୋଡ଼ିଙ୍କୁ ହଳଦି ଲଗାଯାଉଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ଉଭୟ ସମାନ ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି। ଅର୍ଚ୍ଚିତା ରାନି ଓ ହଳଦି ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ସବ୍ୟସାଚୀ ମଧ୍ୟ ହଳଦିଆ ରଙ୍ଗର କୁର୍ତା ଉପରେ ରାନି ରଙ୍ଗର ଜ୍ୟାକେଟ ପିନ୍ଧିଛନ୍ତି।
ବିବାହ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଉଭୟ ସବ୍ୟସାଚୀ ଏବଂ ଅର୍ଚ୍ଚିତା । ନୂଆ ସମ୍ପର୍କ ଆରମ୍ଭ କରୁଥିବାରୁ ପ୍ରଭୁ ଜଗନ୍ନାଥଙ୍କ ସହ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ସବ୍ୟର୍ଚ୍ଚିତା। ସବ୍ୟସାଚୀ ନିଜ ପ୍ରଶଂସକଙ୍କୁ ଟୁଇଟ୍ କରି କହିଛନ୍ତି, ଆପଣମାନେ ସମସ୍ତେ ଆମ ପରିବାରର ଅବିଚ୍ଛେଦ୍ୟ ଅଙ୍ଗ। ଆପଣମାନେ ଆମର ଉଭୟ ଭଲ ଓ ଖରାପ ସମୟରେ ଆମ ଉପରେ ଆଶୀର୍ବାଦ ଢ଼ାଳି ଦେଇଛନ୍ତି। ଆଜିର ଏହି ଗୁରୁତ୍ବପୂର୍ଣ୍ଣ ଦିନରେ ଆପଣଙ୍କୁ କିଭଳି ଭୁଲିଯିବୁ? ଜୀବନର ଏଇ ନୂତନ ଯାତ୍ରା ଆରମ୍ଭ କରୁଥିବା ବେଳେ ଆପଣମାନଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ଆମର ଏକାନ୍ତ କାମ୍ୟ।’
ସୂଚନାଯୋଗ୍ୟ, ସବ୍ୟସାଚୀ- ଅର୍ଚ୍ଚିତା ପ୍ରଥମେ ଏକାଠି ପରଦାରେ ସଂଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମୁଁ ସପନର ସୌଦାଗର’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହାପରେ ଦୁହେଁ ନାୟକ-ନାୟିକା ଭାବେ ‘ତୋର ମୋର ଯୋଡ଼ି ସୁନ୍ଦର’, ‘କେବେ ତୁମେ ନାହଁ କେବେ ମୁଁ ନାହିଁ’, ‘ମୁଁ ଏକା ତୁମର’, ‘ହେଲା ମତେ ପ୍ରେମ ଜର’, ‘ପିଲାଟା ବିଗିଡ଼ି ଗଲା’, ‘କେଉଁ ଦୁନିଆରୁ ଆସିଲ ବନ୍ଧୁ’, ‘ମତେ ଆଣିଦେଲ ଲକ୍ଷେ ଫଗୁଣ’ ,‘ପାଗଳ କରିଛି ପାଉଁଜି ତୋର’ ଓ ‘ଛାତି ତଳେ ଡିଙ୍ଗଡଙ୍ଗ୍’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଦୁହିଁଙ୍କୁ ଶେଷଥର ଲାଗି ଓଡ଼ିଆ ଛବି ‘ଅଭିମାନ’ରେ ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/Sabya-Archita_Haldi_Thumbnail-1.jpg)