ଭୁବନେଶ୍ବରରୁ ମହିଳାଙ୍କ ଅର୍ଦ୍ଧ୍ବ ଦଗ୍ଧ ମୃତଦେହ ଜବତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଖାରବେଳନଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଆଜି କିରାସିନି ଢାଳି ପୋଡ଼ି ହତ୍ୟା କରାଯାଇଥିବା ସନ୍ଦେହ ହୋଇଛି। ଏନେଇ ସ୍ୱାମୀଙ୍କୁ ପଚରା ଉଚରା  ଜାରି ରହିଛି। ଘର ଭିତରୁ ମହିଳାଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମହିଳା ଜଣଙ୍କ ହେଉଛନ୍ତି ବିଷ୍ଣୁ ମୋହନ ପ୍ରହରାଜଙ୍କ ସ୍ତ୍ରୀ ମିନୁଶ୍ରୀ ପ୍ରହରାଜ (୫୨)।

ସୂଚନା ଅନୁସାରେ ଖାରବେଳନଗର ଥାନା ଅନ୍ତର୍ଗତ ମଧୁସୂଦନ ନଗରସ୍ଥିତ ପ୍ଲଟ ନମ୍ବର ୨୪ରେ ମିନୁଶ୍ରୀ ପ୍ରହରାଜ ନାଁରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରିଛି ଏବଂ ଏହାକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ମିନୁଶ୍ରୀଙ୍କ ସ୍ବାମୀ ବିଷ୍ଣୁ ମୋହନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛନ୍ତି। ତେବେ ପୁଲିସକୁ ବିଷ୍ଣୁ ମୋହନ କହିଛନ୍ତି ଯେ, ସେ ତାଙ୍କ ସ୍ତ୍ରୀଙ୍କୁ ଶେଷ ଥର ପାଇଁ ବୁଧବାର ରାତି ୯ଟା ୩୦ରେ ଦେଖିଥିଲେ। ଘଟଣାର ତଦନ୍ତ ସରିଲା ପରେ ମିନୁଶ୍ରୀଙ୍କ ମୃତ୍ୟୁ ସଂପର୍କରେ ଅଧିକ କହି ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର