ଖୋଲା ବଜାରକୁ ଆସିବ ଅଧା ଧାନ, ଅଭାବୀ ବିକ୍ରିର ଶିକାର ହେବା ଆଶଙ୍କାରେ ଚାଷୀ

Advertisment
୧୦ ବର୍ଷରେ ଚାଷ ପରିମାଣ ୭ ପ୍ରତିଶତ ହ୍ରାସ

The Financial Express

ବରଗଡ଼ : ଏଥର ରାଜ୍ୟର ଅଧା ଧାନ ଖୋଲା ବଜାରକୁ ଆସିବ। ଚାଷୀଙ୍କ ଆକଳନ ଏବଂ ସରକାରୀ ନୀତି ଏ‌ଭଳି ସ୍ଥିତି ନେଇ ସ୍ପଷ୍ଟ ସୂଚନା ଦେଉଛି। ଗତବର୍ଷ ୨ ଲକ୍ଷ ୫୫ ହଜାର ଚାଷୀ ଧାନ ବିକ୍ରୟ କରିବାରୁ ବଞ୍ଚିତ ହୋଇଥିବାବେଳେ ଚଳିତବର୍ଷ ଅଧିକ ୧.୪୬ ଲକ୍ଷ ଚାଷୀ ପଞ୍ଜୀକରଣ କରିଛନ୍ତି। ଅନୁକୂଳ ପାଗ ଥିବାରୁ ଚଳିତ ଖରିଫ୍‌ ଋତୁରେ ଅଧିକ ପରିମାଣର ଧାନ ଉତ୍ପାଦନ ହେବାର ସମ୍ଭାବନା ରହିଛି। ତେବେ, ଆନୁମାନିକ ଉତ୍ପାଦନ ତୁଳନାରେ ଧାନସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ଯଥେଷ୍ଟ କମ୍‌ ରହିଛି। ଫଳରେ, ଚାଷୀମାନେ ଅଭାବୀ ବିକ୍ରିର ଶିକାରର ସମ୍ମୁଖୀନ ହେବା ସହିତ ଖୋଲା ବଜାରକୁ ଅଧିକ ଧାନ ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ରାଜ୍ୟରେ କେତେ ଧାନ କିଣା ହେବ, ସେ ନେଇ ରାଜ୍ୟ ସରକାର ତଥ୍ୟ ଦେଇ ସାରିଛନ୍ତି। ଗତବର୍ଷ ରାଜ୍ୟରେ ୭୭.୩୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତେବେ ରବିରେ ୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଏବଂ ଖରିଫ୍‌ରେ ୬୧ ସଂଗ୍ରହ ହୋଇଥିଲା। ଏଥର ରାଜ୍ୟର ଧାର୍ଯ୍ୟ ଲକ୍ଷ୍ୟ ଖସି ୭୧ ଲକ୍ଷ ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଛି। ଏଥିରୁ ୫୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଖରିଫ୍‌ରେ, ୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ ରବିରେ ସଂଗ୍ରହ ହେବ। ଅର୍ଥାତ ଗତବର୍ଷ ଠାରୁ ଏଥର ୬ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ କମ୍‌ ସଂଗ୍ରହ ହେବ। ସେହି ତୁଳନାରେ ଗତବର୍ଷ ଉଭୟ ଋତୁରେ ମୋଟ୍ ୧୪ଲକ୍ଷ ପାଖାପାଖି ଚାଷୀ ପଞ୍ଜୀକରଣ ‌କରିଥିଲେ। କିନ୍ତୁ, ୨ଲକ୍ଷ ୫୫ ହଜାର ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହୋଇଥିଲେ।

publive-image

ଏଥର କିନ୍ତୁ ସ୍ଥିତି ଆହୁରି ଜଟିଳ ରୂପ ଧାରଣ କରିବ। କାରଣ ଗତବର୍ଷ ତୁଳନାରେ ଏଥର ଧାର୍ଯ୍ୟଲକ୍ଷ୍ୟ କମିଛି, କିନ୍ତୁ ଚାଷୀ ପଞ୍ଜୀକରଣ ସଂଖ୍ୟା ବଢ଼ିଛି। ଏଥର କମ୍‌ ଟାର୍ଗେଟ୍‌ ସତ୍ତ୍ବେ  ଖରିଫ ପାଇଁ ପଞ୍ଜିକୃତ ଚାଷୀଙ୍କ ସଂଖ୍ୟା ୧୫.୪୬ଲକ୍ଷ। ତେଣୁ, ଏହି ଚାଷୀମାନେ କାହାକୁ ଧାନ ବିକିବେ ସେ ନେଇ ପ୍ରଶ୍ନ ଉଠିଛି। ସେହିଭଳି, ଚଳିତ ବର୍ଷ ଧାନ ଚାଷ ପାଇଁ ପାଗ ଅନୁକୂଳ ରହିଛି। ରୋଗପୋକ ପ୍ରାଦୁର୍ଭାବ ବି କମ୍‌। ତେଣୁ ଏକର ପିଛା ଗତବର୍ଷ ତୁଳନାରେ ଅଧିକ ଅମଳ ହେବ ବୋଲି ଚାଷୀଙ୍କ ଆକଳନ କହୁଛି। ଓଡ଼ିଶାରେ ୩୬ଲକ୍ଷ ହେକ୍ଟର ଜମିରେ ଖରିଫ୍‌ ଚାଷ ହେଉଛି। ଏହି ପରିମାଣରୁ ଜମିରୁ ୧୧୭ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ  ଉତ୍ପାଦନ ହୋଇଥାଏ। ଯାହାକୁ ମାନଦଣ୍ଡ କରି ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ବି ମିଳିପାରେ।

ପ୍ରଶ୍ନଉଠୁଛି, ଯଦି ଖରିଫ୍‌ରେ ୧୧୭ ଲକ୍ଷ ମେଟ୍ରିକ୍‌ ଧାନ ଉତ୍ପାଦନ ହେଉଛି, ତେବେ କିଣା ଟାର୍ଗେଟ୍‌ ଏହାର ଅଧା କେମିତି ହେଲା? ବଳକା ଧାନ ଚାଷୀ କ’ଣ କରିବ? ନିୟମାନୁସାରେ, ରାଜ୍ୟରେ ଚାଷୀଙ୍କ ଠାରୁ ଧାନ ସରକାର ହିଁ କିଣିବେ। ତେବେ ଉତ୍ପାଦନ ତୁଳନାରେ କ୍ରୟର ଧାର୍ଯ୍ୟଲକ୍ଷ୍ୟ କମ୍‌ ହେବାର କାରଣ ବୁଝାପଡ଼ୁନି। ଏମିତି ହେଲେ, ଓଡ଼ିଶାର ବହୁ ପରିମାଣର ଧାନ ବାହାର ରାଜ୍ୟକୁ ଚାଲାଣ ହେବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe