କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ୨୦୧୯ବର୍ଷର ଦ୍ବିତୀୟ ଅର୍ଦ୍ଧବାର୍ଷିକ ଓଡ଼ିଆ ଭାଷା ପରୀକ୍ଷା(ଅଷ୍ଟମ ଷ୍ଟାଣ୍ଡାର୍ଡ) ଓ ଦ୍ବିତୀୟ ଏକକ ବିଷୟ ଓଡ଼ିଆ ଭାଷା(ଦଶମ ଷ୍ଟାଣ୍ଡାର୍ଡ) ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି। ଅର୍ଦ୍ଧବାର୍ଷିକ ଓଡ଼ିଆ ଭାଷା ପରୀକ୍ଷାର ପାସ୍ହାର ୭୫.୦୯ ପ୍ରତିଶତ ଓ ଏକକ ବିଷୟ ଓଡ଼ିଆ ଭାଷା ପରୀକ୍ଷା ପାସ୍ ହାର ୮୮.୪୯ ପ୍ରତିଶତ ରହିଛି। ଦ୍ବିତୀୟ ଅର୍ଦ୍ଧବାର୍ଷିକ ଓଡ଼ିଆ ଭାଷା ପରୀକ୍ଷା(ଅଷ୍ଟମ ଷ୍ଟାଣ୍ଡାର୍ଡ) ପାଇଁ ୧୧୫୩ଜଣ ପ୍ରାର୍ଥୀ ନାମ ପଞ୍ଜୀକରଣ କରିଥିବା ବେଳେ ୨୯ଜଣ ଅନୁପସ୍ଥିତ ଥିଲେ। ୧୧୨୪ ଜଣଙ୍କ ଫଳ ପ୍ରକାଶ ପାଇଥିବା ବେଳେ ୮୪୪ ଜଣ ପାସ୍ କରିଛନ୍ତି। ସାମଗ୍ରିକ ପାସ୍ ହାର ୭୫.୦୯ ପ୍ରତିଶତ ହୋଇଛି। ଏହି ପରୀକ୍ଷା ଗତବର୍ଷ ନଭେମ୍ବର ୩୦ ତାରିଖରେ ରାଜ୍ୟର ୨୯ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା।
ସେହିପରି ଦ୍ବିତୀୟ ଏକକ ବିଷୟ ଓଡ଼ିଆ ଭାଷା (ଦଶମ ଷ୍ଟାଣ୍ଡାର୍ଡ) ପରୀକ୍ଷା ପାଇଁ ୧୪୭୩ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ୪୦ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ଆଜି ୧୪୩୩ଜଣଙ୍କ ଫଳ ପ୍ରକାଶ ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ୧୨୬୮ଜଣ ପାସ୍ କରିଛନ୍ତି। ପାସ୍ ହାର ୮୮.୪୯ ପ୍ରତିଶତ ରହିଛି। ଉଭୟ ଦ୍ବିତୀୟ ଅର୍ଦ୍ଧବାର୍ଷିକ ଓଡ଼ିଆ ଭାଷା ପରୀକ୍ଷା(ଅଷ୍ଟମ ଷ୍ଟାଣ୍ଡାର୍ଡ) ଓ ଦ୍ବିତୀୟ ଏକକ ବିଷୟ ଓଡ଼ିଆ ଭାଷା (ଦଶମ ଷ୍ଟାଣ୍ଡାର୍ଡ) ପରୀକ୍ଷାଫଳ ବୋର୍ଡ ୱେବ୍ ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଛି। ପରୀକ୍ଷାର୍ଥୀମାନେ ଏହି ୱେବସାଇଟରେ ନିଜ ରୋଲ୍ ନମ୍ବର ବା ନାମ ଲଗ୍ ଇନ୍ କରି ପରୀକ୍ଷାଫଳ ଜାଣିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/board-secondary-edu.jpg)