ଷାଣ୍ମାସିକ ଓଡ଼ିଆ ଭାଷା ପରୀକ୍ଷା ୧୫ରେ

ବୋର୍ଡ ଓ୍ଵବସାଇଟ୍‌ରେ ଛଡ଼ାଗଲା ଆଡ୍‌ମିଟ୍‌ କାର୍ଡ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱିତୀୟ ଷାଣ୍ମାସିକ ଓଡ଼ିଆ ଭାଷା ପରୀକ୍ଷା (ଅଷ୍ଟମ ଷ୍ଟାଣ୍ଡାର୍ଡ) ଓ ଦ୍ୱିତୀୟ ଏକକ ଓଡ଼ିଆ ଭାଷା ପରୀକ୍ଷା (ଦଶମ ଷ୍ଟାଣ୍ଡାର୍ଡ) ଆସନ୍ତା ୧୫ ତାରିଖ ଶୁକ୍ରବାର ଅନୁଷ୍ଠିତ ହେବ। ଦ୍ୱିତୀୟ ଷାଣ୍ମାସିକ ପରୀକ୍ଷା (ଅଷ୍ଟମ ଷ୍ଟାଣ୍ଡାର୍ଡ) ଦିନ ୧୧ଟାରୁ ୧୨ଟା୩୦ ମିନିଟ୍‌ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଦ୍ୱିତୀୟ ଏକକ ପରୀକ୍ଷା (ଦଶମ ଷ୍ଟାଣ୍ଡାର୍ଡ) ଦିନ ୧୦ଟାରୁ ୧୨ଟା ୩୦ ମଧ୍ୟରେ ଅଫ୍‌ଲାଇନ୍‌ରେ ରାଜ୍ୟର ୫ଟି କେନ୍ଦ୍ରରେ ଅନୁଷ୍ଠିତ ହେବ। ଅଷ୍ଟମ ଷ୍ଟାଣ୍ଡାର୍ଡ ଓଡ଼ିଆ ଭାଷା ପରୀକ୍ଷାରେ ୭୭୯ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିଲା ବେଳେ ଦଶମ ଷ୍ଟଣ୍ଡାର୍ଡରେ ୮୬୯ଜଣ ପ୍ରାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି। ଉଭୟ ଷ୍ଟାଣ୍ଡାର୍ଡର ଆଡ୍‌ମିଟ୍‌ କାର୍ଡ ବୋର୍ଡର ନିଜସ୍ୱ ଓ୍ଵବସାଇଟ୍‌ www.bseodisha.ac.in ରେ ଉପଲବ୍ଧ ହେଉଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ୟୁଜର ଆଇଡି ଓ ପାସ୍‌ଓ୍ଵାର୍ଡ ବ୍ୟବହାର କରି ଏହି ଆଡ୍‌ମିଟ୍‌ କାର୍ଡ ଡାଉନଲୋଡ କରିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର