ପଟାଙ୍ଗି: ଆଦିବାସୀ ନେତା ଜୟରାମ ପାଙ୍ଗି କଂଗ୍ରେସରେ ଯୋଗଦେବେ ବୋଲି ଆଜି ବିଧିବଦ୍ଧ ଘୋଷଣା କରିଛନ୍ତି। ଆସନ୍ତା ୨ତାରଖରେ ଭୁବନେଶ୍ବର ହେବାକୁ ଥିବା ମିଶ୍ରଣ ପର୍ବରେ ହାତ ଧରିବେ ବୋଲି ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଜନତା ଦଳରୁ ପାଙ୍ଗି ରାଜନୈତିକ ଜୀବନ ଆରମ୍ଭ କରିଥିବା ଶ୍ରୀ ପାଙ୍ଗୀ ବିଜେଡିରେ ୨୦୧୭ ମସିହା ପର୍ଯ୍ୟନ୍ତ ସକ୍ରିୟ ଥିଲେ। ପଞ୍ଚାୟତ ନିର୍ବାଚନ ପରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ସେ ବହିଷ୍କୃତ ହେବା ପରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ରେ ବିଜେପିରୁ ସେ ନିର୍ବାଚନ ଲଢ଼ିଥିଲେ। ତେବେ ପରାଜୟ ପରେ ରାଜନୀତିରୁ ଏକପ୍ରକାର ଦୂରେଇ ଯାଇଥିଲେ। ଦୁଇ ବର୍ଷ ତଳେ ସ୍ବତନ୍ତ୍ର ଦଣ୍ଡକାରଣ୍ୟ ରାଜ୍ୟ ଗଠନ ଦାବି ଉପସ୍ଥାପନ କରି ପୁଣି ଚର୍ଚ୍ଚାକୁ ଆସିଥିଲେ। ପୁଣି ଭାରତ ରାଷ୍ଟ୍ର ସମିତିରେ ଯୋଗଦେଇ ସମସ୍ତଙ୍କୁ ଚକିତ କରିଥିଲେ।
ହାତ ଧରିବେ ଜୟରାମ ପାଙ୍ଗି, ଡିସେମ୍ବର ୨ରେ ହେବ ମିଶ୍ରଣ ପର୍ବ
/sambad/media/post_attachments/wp-content/uploads/2023/11/jayaram-pangi.jpg)