ଶିକ୍ଷା କ୍ଷେତ୍ରରେ ଅଭିନବୀକରଣ ସହ ଉତ୍କର୍ଷତା ଆଣିବା ପାଇଁ ରେଳପଥ କର୍ମଚାରୀଙ୍କ ଝିଅଙ୍କୁ ଟ୍ୟାବ୍‌ ବଣ୍ଟନ

ଭୁବନେଶ୍ବର : ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରିବା ଦିଗରେ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ରେଳବାଇ କର୍ମଚାରୀଙ୍କ ଝିଅମାନଙ୍କୁ ଶିକ୍ଷା କ୍ଷେତ୍ରରେ ଅଭିନବୀକରଣ ସହ ଉତ୍କର୍ଷତା ଆଣିବା ପାଇଁ ପୂର୍ବତଟ ରେଳପଥ କେନ୍ଦ୍ରୀୟ କର୍ମଚାରୀ କଲ୍ୟାଣ ପାଣ୍ଠି ପକ୍ଷରୁ ଟ୍ୟାବ୍‌ ପ୍ରଦାନ କରାଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ, ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ ଓ ଅନ୍ୟ ବିଭାଗୀୟ ପ୍ରମୁଖ ଅଧିକାରୀମାନଙ୍କ ଉପସ୍ଥିତିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଢ଼ୁଥିବା ଝିଅମାନଙ୍କୁ ଏହି ଟ୍ୟାବ୍‌ ଦିଆଯାଇଥିଲା। ମୋଟ ୪୦୮ଟି ଟ୍ୟାବ୍‌ ମଧ୍ୟରୁ ପୂର୍ବତଟ ରେଳପଥ ମୁଖ୍ୟାଳୟ ଓ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାରେ କାର୍ଯ୍ୟ କରୁଥିବା ରେଳପଥ କର୍ମଚାରୀଙ୍କ ଝିଅମାନଙ୍କୁ ୪୭ଟି ପ୍ରଦାନ କରାଯାଇଥିଲା। ଏଥିସହ ୩୬୧ଟି ଟ୍ୟାବ୍‌କୁ ରେଳପଥର ସମସ୍ତ ରେଳ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍‌, ୱାଲଟିୟର୍‌ ଓ ସମ୍ବଲପୁର ରେଳମଣ୍ଡଳରେ କାର୍ଯ୍ୟ କରୁଥିବା ରେଳପଥ କର୍ମଚାରୀଙ୍କ ଝିଅମାନଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର