ଭଦ୍ରକ ଜିଲ୍ଲାରୁ ହସ୍ତଶିଳ୍ପ କାରିଗରମାନଙ୍କର ଗଣନା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ରାଜ୍ୟର କାର୍ଯ୍ୟରତ ସମସ୍ତ ହସ୍ତଶିଳ୍ପ କାରିଗରମାନଙ୍କର ଗଣନା କାର୍ଯ୍ୟ ବୁଧବାର ଠାରୁ ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଅଛିା ଭଦ୍ରକ ସଦର ବ୍ଲକର ଉଗାଲପୁରଠାରେ କାର୍ଯ୍ୟରତ ଟେରାକୋଟା ଶିଳ୍ପୀମାନଙ୍କର ଗଣନା କାର୍ଯ୍ୟର ଶୁଭାରମ୍ଭ ହୋଇଅଛିା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଗଣନା କାର୍ଯ୍ୟ ଚାଲୁଅଛିା ଏହି ଗଣନା ପାଇଁ ଓରସାକ୍‌ ମାଧ୍ୟମରେ ଏକ ମୋବାଇଲ୍‌ ଆପ୍‌ ପ୍ରସ୍ତୁତ କରାଯାଇ କାରିଗରମାନଙ୍କର ସବିଶେଷ ତଥ୍ୟ ସଂଗ୍ରହ କରାଯାଉଅଛିା ଗଣନାକାରୀମାନେ କାରିଗରଙ୍କ ଘରକୁ ଘର ଯାଇ ମୋବାଇଲ୍‌ ମାଧ୍ୟମରେ କାରିଗରମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବୋ

ଆଜି ଏହି କାର୍ଯ୍ୟକ୍ରମକୁ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦାଶ ଉଦ୍‌ଘାଟନ କରିଥଲୋ ଏହି ଗଣନା କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଶ୍ରୀ ଦାଶ କହିଛନ୍ତି ଯେ, ଏହି ଗଣନା କାର୍ଯ୍ୟ ନିମନ୍ତେ ଭୁବନେଶ୍ୱରର ସିଡାକ୍‌ଠାରେ ଆବଶ୍ୟକୀୟ ତାଲିମ ପ୍ରଦାନ କରାଯାଇଛିା ପର୍ଯ୍ୟାୟକ୍ରମେ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଏହି ଗଣନା କାର୍ଯ୍ୟ କରାଯିବା ସମସ୍ତ କାରିଗରମାନେ ଏହି କାର୍ଯ୍ୟରେ ସହଯୋଗ କରି ସେମାନଙ୍କ ତଥ୍ୟ ଯୋଗାଇ ଦେବା ପାଇଁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଅନୁରୋଧ କରାଯାଉଅଛିା

କାରିଗରମାନେ ଏ ସମ୍ବନ୍ଧରେ ଅଧକ ଜାଣିବା ପାଇଁ ଦେୟମୁକ୍ତ ସହାୟତା ନମ୍ବର ୧୮୦୦୩୪୫୭୧୬୩କୁ ଯୋଗାଯୋଗ କରିପାରିବୋ ଆଜିର ଏହି କାର୍ଯ୍ୟକ୍ରମରେ ସିଡାକ୍ର ମେମ୍ବର ସେକ୍ରେଟାରୀ ସିତୀକାନ୍ତ ଷଡଙ୍ଗୀ, ଭଦ୍ରକ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ୍‌ ମ୍ୟାନେଜର ପୀତାମ୍ବର ପରିଡ଼ା ପ୍ରମୁଖ ଯୋଗଦେଇଥଲୋ

ସମ୍ବନ୍ଧିତ ଖବର