ଦାୟିତ୍ୱ ନେଲେ ଦିବ୍ୟାଙ୍ଗ ଓଏଏସ୍‌ ଅଫିସର୍‌

ପୁରୀ:ରାଜ୍ୟର ପ୍ରଥମ ଦିବ୍ୟାଙ୍ଗ ଓଏଏସ୍‌ ସନ୍ନ୍ୟାସୀ ବେହେରା ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଯୋଗ ଦେଇଛନ୍ତି। ଦୃଷ୍ଟି ଶକ୍ତି ରହିତ ଏହି ପ୍ରଥମ ଦିବ୍ୟାଙ୍ଗ ଓଏଏସ୍‌ ଅଫିସର ଟ୍ରେନି ଅଫିସର ଭାବେ ଜିଲ୍ଲା ଏଷ୍ଟାବ୍ଲିସ୍‌ମେଣ୍ଟ ବିଭାଗରେ କାମ ଆରମ୍ଭ କରିଛନ୍ତି। ଡେପୁଟି କଲେକ୍ଟର ସୁମନ୍ତ କରଙ୍କ ତତ୍ତ୍ଵାବଧାନରେ ସେ ପ୍ରଶାସନିକ କାମ ଆରମ୍ଭ କରିଥିବା ସନ୍ନ୍ୟାସୀ ବେହେରା ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ଏକ ଦୃଷ୍ଟାନ୍ତ ବୋଲି କହିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ। ସମସ୍ତ କାମ ସେ ଏବେ ବ୍ରେଲ ଲିପି ଜରିଆରେ କରୁଛନ୍ତି। ଅନ୍ୟପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରୁ କାର୍ଯ୍ୟ ଆରମ୍ଭ କରିଥିବାରୁ ବେଶ୍‌ ଖୁସିଥିବା କହିଛନ୍ତି ସନ୍ନ୍ୟାସୀ। ଭୁବନେଶ୍ୱର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ମାଟ୍ରିକ ପାସ୍‌ କରିବା ପରେ ଦିଲ୍ଲୀ ଦୃଷ୍ଟିହୀନ ମହାବିଦ୍ୟାଳୟରୁ ବିଏ ପାସ୍‌ କରିଥିଲେ। ସନ୍ନ୍ୟାସୀ ୨୦୧୫ ମସିହାରେ ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର