ଚର୍ଚ୍ଚାରେ କୈରାସି ଗ୍ରାମର କଳା ନିକେତନ: ଦିଆଯାଉଛି ପଟ୍ଟଚିତ୍ର ସହ ବିଭିନ୍ନ ହସ୍ତକଳାର ପ୍ରଶିକ୍ଷଣ

ଭୁବନେଶ୍ବର: ଓଡିଶାର ପାରମ୍ପାରିକ କାଳା ଓ ଭାସ୍କର୍ଯ୍ୟକୁ ବିଶ୍ୱ ବଜାରରେ ଚହିଦା ସୃଷ୍ଟି କରାଇବାରେ ଆମ ରାଜ୍ୟର କଳା ଓ କଳାକାର ସବୁବେଳେ ଆଗରେ । ପୁରୀ ଜିଲ୍ଲାର ରଘୁରାଜପୁରର ପଟ୍ଟଚିତ୍ର ହେଉ କି ପିପିଲିର ଚାନ୍ଦୁଆ ଭଳି କଳାକୃତି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ଚାହିଦା ସୃଷ୍ଟି କରିଛି । ସେହି ଭଳି ଗଞ୍ଜାମରେ ପଟ୍ଟଚିତ୍ର ଓ ବିଭିନ୍ନ ହସ୍ତକଳା ପ୍ରଶିକ୍ଷଣ କେନ୍ଦ୍ର କଳାନିକେତନ ଦ୍ୱାରା ସୃଷ୍ଟି ହୋଇପରିଛି ଆଉ ଏକ ରଘୁରାଜପୁର ।

ପଟ୍ଟଚିତ୍ର ଓ ବିଭିନ୍ନ ହସ୍ତକଳାର ପଶିକ୍ଷଣ ଦେଇ ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିଛି କଳାନିକେତନର ତାଲିମ କେନ୍ଦ୍ର । ପଟ୍ଟଚିତ୍ର ଦ୍ୱାରା ଓଡିଶାକୁ ମିଳିଛି ଦ୍ୱିତୀୟ ରଘୁରାଜପୁର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ କୈରାସି ଗ୍ରାମର କଳା ନିକେତନ ଶାଖାର ପ୍ରଶିକ୍ଷଣ ଶିବିର ବର୍ତମାନରେ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ଖୁବ ପ୍ରସିଦ୍ଧ ଲାଭ କରିଛି । ଏଠାରେ ମହିଳା ଓ ଭିନ୍ନକ୍ଷମ ମାନଙ୍କୁ ପଟ୍ଟଚିତ୍ର ସଉରା କଳା ଟେରାକୋଟା ଓ ଚାନ୍ଦୁଆ ଭଳି ହସ୍ତ କଳାର ତାଲିମ ପ୍ରଦାନ କରାଯାଉଛି । ଏଠାରେ ଶିକ୍ଷା ଲାଭ କରୁଥିବା ମହିଳାମାନେ କାମ ଶିଖିବା ସହ ରୋଜଗାର ମଧ୍ୟ କରିପାରୁଛନ୍ତି ।

କଳାନିକେତନର ଏହି ପ୍ରଶିକ୍ଷଣ ଶାଖା ୧୯୯୦ ମସିହାରେ କମଳା କାନ୍ତ ମହାପାତ୍ରଙ୍କ ଦ୍ୱାରା କୈରାସି ଗ୍ରାମରେ ଆରମ୍ଭ କରାଯାଇଥିଲା । ଲକ୍ଷ୍ୟ ଥିଲା ମହିଳାଙ୍କୁ ହସ୍ତ କଳା ଶିକ୍ଷା ଦେବା ସହ ସେମାନଙ୍କୁ ରୋଜଗାର କ୍ଷମ କରିବା । ଯାହାଦ୍ୱାରା ଧିରେ ଧିରେ ମହିଳାମାନେ ଏହି କାମ ପ୍ରତି ଆଗ୍ରହ ପ୍ରକାଶ କରି ଏହି ସବୁ କଳାକୃତିର ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ । ଆଜି ପର୍ଯ୍ୟନ୍ତ କୈରାସି ଓ ଆଖପାଖ ଅଂଚଳର ୨୦୦୦ ହଜାରରୁ ଅଧିକ ମହିଳାଙ୍କୁ ପ୍ରଶିକ୍ଷଣ ଦେବା ସହ ରୋଜଗାର କ୍ଷମ କରିପାରିଛି କଳାନିକେତନ । ଏଠାରେ ପ୍ରଶିକ୍ଷଣ ଦିଆଯାଉଥିବା ପଟ୍ଟଚିତ୍ର, ଟେରାକୋଟା , ଚାନ୍ଦୁଆ ଆଦି ହସ୍ତକାଳା ବର୍ତମାନ ଜାତୀୟ ଓ ଆନ୍ତରଜାତୀୟ ସ୍ତରରେ ପ୍ରସିଦ୍ଧ ଲାଭ କରିବା ସହ ଚହିଦା ରହିଛି ।

ସମ୍ବନ୍ଧିତ ଖବର