ପ୍ରଦର୍ଶନୀ ପଡ଼ିଆରେ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ଭୁବନେଶ୍ବର : ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦର୍ଶନୀ ପଡ଼ିଆରେ ଜାତୀୟସ୍ତରୀୟ ହସ୍ତତନ୍ତ ମେଳା-୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ବିଗତ ବର୍ଷଗୁଡ଼ିକରେ ସର୍ବାଧିକ ବ୍ୟବସାୟ କରିଥିବା ୩ଟି ତନ୍ତୁବାୟ ସମିତିକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ। ସବୁର୍ଣ୍ଣପୁର ଜିଲ୍ଲାର ମା’କ୍ଷେତ୍ରପାଳ ତନ୍ତୁବାୟ ସହଯୋଗ ସମିତି ପ୍ରଥମ ପୁରସ୍କାର ବାବଦରେ ୩ଲକ୍ଷ ଟଙ୍କା, ସୁବର୍ଣ୍ଣପୁର ଜିଲ୍ଲା ବାଗଡ଼ୁଲି ଗ୍ରାମର ଦେବନନ୍ଦ ମହାଦେବ ତନ୍ତୁବାୟ ସମିତି ଦ୍ବିତୀୟ ପୁରସ୍କାର ବାବଦରେ ୨ଲକ୍ଷ ଟଙ୍କା ଓ କଟକ ନୂଆପାଟଣାର ମା’ ଅନ୍ନପୂର୍ଣ୍ଣା ତନ୍ତୁବାୟ ସମିତି ତୃତୀୟ ପୁରସ୍କାରଭାବେ ୧ଲକ୍ଷ ଟଙ୍କା ପ୍ରଦାନ କରଯାଇଥିଲା। ଏହାସହ ୭୫ବର୍ଷ ପୂରଣ କରିଥିବା ୩ଟି ଐତିହ୍ୟ ସମବାୟ ସମିତି ଗଞ୍ଜାମ ହିଞ୍ଜଳିକାଟୁସ୍ଥିତ କଣ୍ଟେଇକୋଳି ତନ୍ତୁବାୟ ସହଯୋଗ ସମିତି, ଗଞ୍ଜାମର କୁଲାଡ଼ି ତନ୍ତୁବାୟ ସହଯୋଗ ସମିତ ଓ ପଞ୍ଜାମର ବେଲଗୁଣ୍ଠା ତନ୍ତୁବାୟ ସହଯୋଗ ସମିତିକୁ ମୁଖ୍ୟମନ୍ତ୍ରୀ ୧ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିଥିଲେ।

ପ୍ରାରମ୍ଭରେ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ସ୍ବାଗତ ଭାଷଣରେ ମେଳାର ଆଭିମୁଖ୍ୟ ସଂପର୍କରେ ମତ ରଖିଥିଲେ। ବୟନିକାର ସଭାପତି ଶେଷ କୁମାର ମେହେର, ପରିଚାଳନା ନିର୍ଦେଶକ ଜ୍ୟୋତି ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ମେଳାକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ଏହାର ଥିମ୍ ପାଭିଲିଅନ୍‌ ବୁଲି ଦେଖିଥିଲେ।

ସମ୍ବନ୍ଧିତ ଖବର