ଅର୍ବାନ ହାଟରେ ଆରମ୍ଭ ହେଲା ହସ୍ତତନ୍ତ ମେଳା

ପୁରୀ : ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିମିଟେଡ୍‌ (ବୟନିକା) ପକ୍ଷରୁ ଜିଲ୍ଲା ସ୍କୁଲ୍‌ ନିକଟ ନୀଳାଚଳ ଅର୍ବାନ ହା‌ଟରେ ସ୍ବତନ୍ତ୍ର ହସ୍ତତନ୍ତ ମେଳା ଉଦ୍‌ଘାଟିତ ହୋଇଛି। କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ବିକାଶ ଯୋଜନାରେ ଆୟୋଜିତ ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରିତା ସାହୁ ଉଦ୍‌ଘାଟନ କରିଥିବା ବେଳେ ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା, ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ଶିଶର ରଥ ପ୍ରମୁଖ ଉପସ୍ଥିତ ଥିଲେ।

ମେଳାରେ ୬୦ଟି ଷ୍ଟଲ୍‌ ଖୋଲିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ୪୦ ଜଣ ଓ ଅନ୍ୟ ରାଜ୍ୟର ୨୦ ଟି ଷ୍ଟଲ୍‌ ଖୋଲାଯାଇଛି। ଏହା ମଧ୍ୟରେ ସମ୍ବଲପୁରୀ ବାନ୍ଧ ଶାଢ଼ି, ନୂଆପାଟଣାର ଖଣ୍ଡୁଆ ଶାଢ଼ି, ସୋନପୁରୀ ବମ୍‌କେଇ ଶାଢ଼ି, କୋଟପାଡ୍‌ ଶାଢ଼ି, ଯାଜପୁର ଗୋପାଳପୁରର ଟସର ବସ୍ତ୍ର ସମେତ ବିଭିନ୍ନ ରାଜ୍ୟର ପାରମ୍ପରିକ ହସ୍ତତନ୍ତ ଉପଲବ୍ଧ ହେଉଛି। ମେଳା ଆସନ୍ତା ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର