ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି କର୍ମଚାରୀ ସଂଘର ବିକ୍ଷୋଭ

ଭୁବନେଶ୍ୱର : ୭ ଦଫା ଦାବି ନେଇ ଆଜି ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ଆଜି ବୟନିକା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସଂଘର ସାଧାରଣ ସଂପାଦକ ଦୁର୍ଗା ପ୍ରସନ୍ନ ପ୍ରହରାଜଙ୍କ ନେତୃତ୍ୱରେ କର୍ମକର୍ତା ଏଥିରେ ସାମିଲ ହୋଇଥିଲେ।

ସଂଘର ଦାବି ମଧ୍ୟରେ ରହିଛି, କର୍ମଚାରୀଙ୍କୁ ୨୦୧୩ ମସିହାରୁ ଆରଏସିପି ଓ ପଦୋନ୍ନତି ତୁରନ୍ତ ପ୍ରଦାନ କରାଯାଉ। ୭ମ ବେତନ କମିସନ ଅନୁଯାୟୀ କର୍ମଚାରୀଙ୍କୁ ତୁରନ୍ତ ୨୦୧୬ ମସିହାରୁ ଦରମା ପ୍ରଦାନ କରିବା, ସଂଘର ସଭାପତିଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ଅବିଳମ୍ବେ ପ୍ରତ୍ୟାହାର ଓ ଏହି ବିଷୟରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ ପରିଚାଳନା ଆଦେଶକୁ ପାଳନ କରାଯାଉ। ବକେୟା ମହଙ୍ଗା ଭତ୍ତା ଅବିଳମ୍ବେ ପ୍ରଦାନ କରିବା ସହିତ ସରକାର ଦେଉଥିବା ମହଙ୍ଗା ଭତ୍ତା ସେହିଦିନଠାରୁ ଲାଗୁ କରାଯାଉ। କର୍ମଚାରୀଙ୍କୁ ଚିକିତ୍ସା ଭତ୍ତା ୫ଶହ ଟଙ୍କାରୁ ୧୫ଶହ ଟଙ୍କାକୁ ବୃଦ୍ଧି, ବିକ୍ରୟ କେନ୍ଦ୍ରରେ ନିୟୋଜିତ କର୍ମଚାରୀଙ୍କୁ ଛୁଟିଦିନ ଓ ସପ୍ତାହିକ ଛୁଟିଦିନମାନଙ୍କରେ ଦିଆଯାଉଥିବା ପ୍ରୋତ୍ସାହନ ଭତ୍ତା ବଦଳରେ ଶ୍ରମ ଆଇନ ଅନୁଯାୟୀ ଭତ୍ତା ପ୍ରଦାନ କରାଯାଉ। କର୍ମଚାରୀଙ୍କୁ ଚାକିରି ସର୍ତବାଳୀ ଲାଗୁ କରିବା ସହିତ ସରକାରୀ ନିୟମ ଅନୁଯାୟୀ ବୟନିକାର ଥଇଥାନ ଯୋଜନ ତୁରନ୍ତ ଲାଗୁ କରିବା ଉପରେ ସଂଘ ଦାବି କରିଥିଲା।

ସମ୍ବନ୍ଧିତ ଖବର