ପୁରୀ : ଶ୍ରୀମନ୍ଦିରରେ ସେବାୟତଙ୍କୁ ଆଉ ସ୍ୱତନ୍ତ୍ର ମୋବାଇଲ ଦିଆଯିବ ନାହିଁ। ସ୍ୱତନ୍ତ୍ର ମୋବାଇଲ ହାଣ୍ଡସେଟ୍ ସହ ସିୟୁଜି ସିମ୍ ପାଇଁ ଖୋଲିଥିବା ଦୁଇ କାଉଣ୍ଟରକୁ ତୁରନ୍ତ ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଆଜି ନିର୍ଦ୍ଦେଶ ଦେଇଛି। ନିର୍ଦ୍ଦେଶ ମିଳିବା ପରେ ଦୁଇ ସଂସ୍ଥା ତୁରନ୍ତ କାଉଣ୍ଟର ବନ୍ଦ କରି ଫେରି ଯାଇଛନ୍ତି। ଦୁଇଦିନ ତଳେ ମୋବାଇଲ୍ ଲୋଗୋ ଉପରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଓ୍ଵାଲ୍ ମୋହର ମାରିଥିଲା ବେଳେ ଆଜି ହଠାତ୍ ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ପକ୍ଷରୁ ମୋବାଇଲ୍ ବିକ୍ରି ବନ୍ଦ ଲାଗି ନିର୍ଦେଶ ସାଧାରଣରେ ସଂଶୟ ସୃଷ୍ଟି କରିଛି। ଅନ୍ୟପଟରେ ମୋବାଇଲ୍ ବିକ୍ରି ବନ୍ଦର କାରଣ ଅଥବା ଏହା ଆଉ ବିକ୍ରି ହେବ କି ନାହିଁ ସେ ସଂପର୍କରେ ମୁଖ୍ୟ ପ୍ରଶାସକ ତାଙ୍କ ଚିଠିରେ ଉଲ୍ଲେଖ କରିନାହାନ୍ତି। ପୁଣି ସେବାୟତଙ୍କ ଉପରେ ଜାରି ମୋବାଇଲ୍ କଟକଣା ଅବ୍ୟାହତ ରହିବ ନା ମନ୍ଦିର ପ୍ରଶାସନ ଏହି ଯୋଜନାରୁ ଓହରିଗଲା ସେ ସଂପର୍କରେ ମଧ୍ୟ କିଛି ସ୍ପଷ୍ଟ କରାଯାଇନାହିଁ। ଫଳରେ ଶ୍ରୀମନ୍ଦିରରେ ସେବାୟତଙ୍କ ମୋବାଇଲ୍ ପ୍ରବେଶ ପ୍ରସଙ୍ଗକୁ ନେଇ ମସ୍ତବଡ଼ ଦ୍ୱନ୍ଦ୍ୱ ଉପୁଜିଛି। ଅସଲରେ ମୋବାଇଲ୍ ପ୍ରସଙ୍ଗରେ ସେବାୟତଙ୍କ ବିରୋଧକୁ ଭୟ କରି ଶ୍ରୀମନ୍ଦିର ପ୍ରଶାସନ ଜାଣିଶୁଣି ଏଭଳି ଦ୍ୱନ୍ଦ୍ୱ ଉପୁଜାଇ ଏହି ଯୋଜନାରୁ ପଛକୁ ହଟିଯାଇଥିବା ଏବେ ସହରସାରା ଆଲୋଚନା ହେଉଛି।
ବଢ଼ିଲା ଦ୍ୱନ୍ଦ୍ୱ: ହାଣ୍ଡସେଟ୍ ବିକ୍ରି ବନ୍ଦ
ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ରୋକିଲେ ମୁଖ୍ୟ ପ୍ରଶାସକ
/sambad/media/post_attachments/wp-content/uploads/2018/01/MOBILE-LOGO-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)